Advertisement
Categories: ଖେଳ

କ୍ରିକେଟରୁ ସନ୍ୟାସ ନେବା ପରେ ଏବେ ଏହି କାମ କରିବେ ଧୋନୀ: ପିଲାଦିନରୁ ହିଁ କରିନେଇଥିଲେ ଯୋଜନା

ନୂଆଦିଲ୍ଲୀ,୧୬।୮: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ସେ ଅବସର ନେଇ ସୂଚନା ଦେଇଛନ୍ତି। ହେଲେ ଆଗାମୀ ଦିନରେ ହେବାକୁ ଥିବା ଆଇପିଏଲ୍‌ରେ ସେ ଖେଳିବେ ବୋଲି ଜଣାପଡ଼ିଛି।

ଧୋନୀ ସନ୍ୟାସ ନେବା ପରେ ତାଙ୍କର ଆଗାମୀ କାର୍ଯ୍ୟପନ୍ଥା କ’ଣ ରହିବ ସେ ନେଇ ଚର୍ଚ୍ଚା ହେଉଥିଲା। ତେବେ ସେ ପିଲାଦିନୁ ସେ ସମ୍ପର୍କରେ ଯୋଜନା କରି ସାରିଥିବା କହିଛନ୍ତି। ପିଲାଦିନରୁ ଧୋନୀ ଜଣେ ଯବାନ ହେବାକୁ ଚାହୁଁଥିଲେ। ହେଲେ କ୍ରିକେଟର ହୋଇଥିଲେ। ଏବେ ସେ କ୍ରିକେଟରୁ ସନ୍ୟାସ ନେଇଥିବା ହେତୁ ସେନା ପାଇଁ କାମ କରିବେ ବୋଲି କୁହାଯାଉଛି। ସେ ଏବେ ଇଣ୍ଡିଆନ୍‌ ଟେରିଟୋରିଆଲ ଆର୍ମିରେ ଲେଫ୍ଟନାଣ୍ଟ କରୋନେଲ୍‌ ଅଛନ୍ତି। ଏଣୁ ସେ ଭବିଷ୍ୟତରେ ନିଜ ପିଲାଦିନର ସ୍ବପ୍ନକୁ ପୁରା କରିପାରନ୍ତି।

ପ୍ରକାଶ ଯେ, ପୂର୍ବରୁ ଧୋନୀ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିସାରିଥିଲେ। ଶେଷଥର ପାଇଁ ସେ ଇଲଂଣ୍ଡରେ ଅନୁଷ୍ଠିତ ୨୦୧୯ ବିଶ୍ୱକପ୍‌ରେ ଭାରତ ପକ୍ଷରୁ ଖେଳିଥିଲେ। ଏବେ ସେ ଆଇପିଏଲ୍‌-୧୩ରେ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ପ୍ରତିନିଧିତ୍ୱ କରିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel