ମାମୁଁଘରୁ ଫେରି ବର ଘରେ ବିବାହ କରିଥାନ୍ତେ ନାବାଳିକା, ହେଲେ ବିବାହ ପୂର୍ବରୁ ପହଞ୍ଚିଗଲେ ପୋଲିସ, ସିଡିପିଓ

ନିଶ୍ଚିନ୍ତକୋଇଲି,୧୪।୭(ସ୍ବ.ପ୍ର): ସରକାର ବାଲ୍ୟବିବାହ ଉପରେ କଡାକଡି ଆଇନ ପ୍ରଣୟନ କରିଥିଲେ ହେଁ ସଚେତନତା ଅଭାବରୁ ଏବେବି ବାଲ୍ୟ ବିବାହ ହେଉଥିବା ଅଭିଯୋଗ ହେଉଛି। ଏପରି ଏକ ଅଭିଯୋଗ ଆସିଛି କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁର ପଞ୍ଚୟତରେ। ଉକ୍ତ ପଞ୍ଚାୟତର ଦଳିତ ସାହିର ଜଣେ ୧୬ ବର୍ଷର ନାବାଳିକାଙ୍କୁ ପାଗା ଫାଣ୍ଡି ଅଞ୍ଚଳରେ ବୁଧବାର ବିବାହ ପାଇଁ ଚୂଡାନ୍ତ ପ୍ରସ୍ତୁତି ସରିଥିଲା। ଝିଅ ମାମୁଘରୁ ଯାଇ ତୋଳା କନ୍ୟା ଭାବେ ବର ଘରକୁ ଯାଇ ବିଭାଘର କରିଥାନ୍ତେ।
ଖବରପାଇ ନିଶ୍ଚିନ୍ତକୋଇଲି ସିଡିପିଓ ଲୀଳାବତୀ ସେଠୀ ଓ ସୁପରଭାଇଜର ଅଞ୍ଜୁଲତା ପରିଜା ମିଳିତ ଭାବେ ସ୍ଥାନୀୟ ସ୍ବୟଂ ସହାୟକ ମହାସଙ୍ଘର କର୍ମକର୍ତ୍ତାଙ୍କ ସହାୟତା ନେଇଥିଲେ। ପରେ ଝିଅ ସାଲେପୁର ପୋଲିସ ସହାୟତାରେ ଝିଅ ଘରେ ପହଞ୍ଚିଥିଲେ। ପୋଲିସ ଓ ସିଡିପିଓ ଝିଅର ଗାଁରେ ବୁଝା ବୁଝି କରି ବାଲ୍ୟ ବିବାହ ନ କରାଇବାକୁ ବୁଝାଶୁଝା କରିଥିଲେ। ପରେ ଝିଅର ବାପା, ମା’ ଓ ସମ୍ପୃକ୍ତ ନାବାଳିକାକୁ ଥାନାକୁ ନେଇ ଯାଇଛନ୍ତି।

Share