ପାକିସ୍ତାନ ଫେରିବା ପରେ ବଢୁଛି ନଓ୍ବାଜ ସରିଫ୍‌ଙ୍କ ଅଡୁଆ

ଇସ୍‌ଲାମାବାଦ,୧୧ା୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ସମ୍ପତ୍ତି ଜବତ ପାଇଁ ପାକିସ୍ତାନର ଏକ ଉତ୍ତରଦାୟିତ୍ୱ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଇସ୍‌ଲାମାବାଦ ଆକାଉଣ୍ଟବିଲିଟି କୋର୍ଟର ବିଚାରପତି ମହମ୍ମଦ ବଶିର ଶୁକ୍ରବାର ୭୩ ବର୍ଷୀୟ ପାକିସ୍ତାନୀ ମୁସ୍‌ଲିମ୍‌ ଲିଗ୍‌-ନଓ୍ବାଜ (ପିଏମ୍‌ଏଲ୍‌-ଏନ୍‌) ସୁପ୍ରିମୋଙ୍କ ବିରୋଧରେ ତୋସାଖାନା ଦୁର୍ନୀତି ମାମଲାର ଶୁଣାଣି କରିଛନ୍ତି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ପ୍ରାୟ ଚାରି ବର୍ଷ ଆତ୍ମ-ଗୋପନ ପରେ ନଓ୍ବାଜ ସରିଫ ଅକ୍ଟୋବର ୨୧ରେ ପାକିସ୍ତାନ ଫେରିଥିଲେ। ସେ ଫେରିବା ପରଠାରୁ ତାଙ୍କର ଅଡୁଆ ବଢ଼ିଚାଲିଛି।

୨୦୨୦ରେ ଇସ୍‌ଲାମାବାଦ ହାଇକୋର୍ଟଙ୍କ ଦ୍ୱାରା ପଳାତକ ଘୋଷିତ ହେବା ପରେ ତୋସାଖାନା ଗାଡ଼ି ରେଫରେନ୍ସରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି ଜବତ କରିବାକୁ ଏକ ଉତ୍ତରଦାୟିତ୍ୱ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ ପକ୍ଷରୁ ବିଚାରପତି ବଶିରଙ୍କୁ ସୂଚନା ଦିଆଯାଇଥିଲା ଯେ, ଯେହେତୁ ସରିଫ ଆତ୍ମସମର୍ପଣ କରିଥିଲେ ଏବଂ ତାଙ୍କ ଗିରଫ ପାଇଁ ଓ୍ବାରେଣ୍ଟ ବାତିଲ କରାଯାଇଥିଲା, ତେଣୁ ତାଙ୍କ ସମ୍ପତ୍ତି ସଂଲଗ୍ନ କରିବାର ଆଦେଶ ପ୍ରତ୍ୟାହାର କରିହେବ। ସରିଫଙ୍କ ଓକିଲ ମିସ୍‌ବାହୁଲ ହାସନ କାଜି ବିଚାରପତିଙ୍କୁ ସୂଚନା ଦେଇଛନ୍ତି, ତାଙ୍କ ଗ୍ରାହକ ହାଇକୋର୍ଟଙ୍କ ଅନୁମତି କ୍ରମେ ତାଙ୍କ ଚିକିତ୍ସା ପାଇଁ ବିଦେଶ ଯାଇଛନ୍ତି।

Share