ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏକ ମାସ ବିତିଛି, ମାତ୍ର ତାଙ୍କ ପ୍ରଶଂସକଙ୍କ ସହ ତାରକାମାନେ ତାଙ୍କୁ ଆଜିବି ମନେ ପକାଉଛନ୍ତି। ସୁଶାନ୍ତଙ୍କ କଥିତ ଗର୍ଲଫ୍ରେଣ୍ଡ କ୍ରିତି ସେନାନ ମୃତ୍ୟୁର ଏକ ମାସ ପରେ ସୋସିଆଲ ମିଡିଆରେ ଏକ କବିତା ଶେୟାର କରି ସୁଶାନ୍ତଙ୍କୁ ମନେ ପକାଇଛନ୍ତି। ଏହି ସମୟରେ, ସେ ସ୍ପଷ୍ଟ କରିଛନ୍ତି ଯେ, ଉଭୟ ଭଲ ବନ୍ଧୁ।
ଏହି କବିତାରେ କ୍ରିତି ଲଖିଛନ୍ତି, ସେ ମିଛ ହସ ସହିତ ଆଗକୁ ବଢ଼ିବାକୁ ଚେଷ୍ଟା କରୁଛନ୍ତି, ତାଙ୍କ ଆଖିରୁ ଲୁହ ଝରୁଛି। ବାସ୍ତବତା ତାଙ୍କର ସମସ୍ତ ଭ୍ରମ ଭାଙ୍ଗିଦେଇଛି। ଏହି ଲେଖାରୁ ଅନୁମାନ କରାଯାଇପାରେ ଯେ, ସେ ସୁଶାନ୍ତଙ୍କୁ କେତେ ମନେ ପକାଉଛନ୍ତି।
କ୍ରିତିଙ୍କ ଏହି ପୋଷ୍ଟରେ ଡାବୁ ରତନାନୀ, ତାଙ୍କ ଭଉଣୀ ନୁପୁର ସେନାନ, ମୁକେଶ ଛାବ୍ରାଙ୍କ ପରି ସେଲିବ୍ରିଟିମାନେ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର ଏହି ପୋଷ୍ଟରେ ଲେଖିଛନ୍ତି – “ତୁମେ ସୁଶାନ୍ତଙ୍କୁ ମନେ ପକାଉଛ, ମୁଁ ତୁମର ମନ କଥା ବୁଝିପାରୁଛି। ଦୃଢ଼ ହୁଅ।
ଏହା ପୂର୍ବରୁ ଅଙ୍କିତା ଲୋଖଣ୍ଡେ ଏବଂ ରିୟା ଚକ୍ରବର୍ତ୍ତୀ ମଧ୍ୟ ସୁଶାନ୍ତଙ୍କ ପାଇଁ ସୋସିଆଲ ମିଡିଆରେ ଏହି ପୋଷ୍ଟ ଶେୟାର କରିଥିଲେ।
ସୁଶାନ୍ତଙ୍କ ମୃତ୍ୟୁ ପରେ କ୍ରିତି ତାଙ୍କ ସହ ତାଙ୍କର ଅନେକ ଚିତ୍ର ସେୟାର କରି ଲେଖିଥିଲେ- ‘ସୁଶ … ମୁଁ ଜାଣିଥିଲି ଯେ ତୁମର ଉଜ୍ଜ୍ୱଳ ମନ ତୁମର ସର୍ବୋତ୍ତମ ବନ୍ଧୁ ଏବଂ ସବୁଠାରୁ ବଡ ଶତ୍ରୁ। କିନ୍ତୁ ମୁଁ ଏହା ଜାଣି ସଂପୂର୍ଣ୍ଣ ଭାଙ୍ଗି ପଡିଛି ଯେ, ତୁମ ଜୀବନରେ ଏକ ଏପରି ମୁହୂର୍ତ୍ତ ଆସିଛି ଯେଉଁଠି ତୁମେ ବଞ୍ଚିବା ଅପେକ୍ଷା ସହଜରେ ମରିବା ପସନ୍ଦ କରିଛ। ତମ ଚାରିପାଖରେ କିଛି ଲୋକ ଅଛନ୍ତି, ଯେଉଁମାନଙ୍କ ଉପସ୍ଥିତି ତୁମକୁ ସହି ମୁହୂର୍ତ୍ତରୁ ବାହାର କରି ଦେଇଥାନ୍ତା। ’