‘ଆର୍‌ଆର୍‌ଆର୍‌’ର ସଫଳତା ପାଇଁ ସୁନା ମୁଦ୍ରା ବାଣ୍ଟିଲେ ଅଭିନେତା

ଏସ୍‌ ଏସ୍‌ ରାଜାମୌଲିଙ୍କ ଫିଲ୍ମ‘ଆର୍‌ଆର୍‌ଆର୍‌’ ରିଲିଜ ହେବା ଦିନଠାରୁ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ଫିଲ୍ମଟି ୧୦ ଦିନରେ ୧୦୦୦ କୋଟିରୁ ଅଧିକ ସଂଗ୍ରହ କରିଥିବା ଜଣାପଡିଛି। ଫିଲ୍ମରେ ସାଉଥ ସୁପରଷ୍ଟାର ରାମ ଚରଣ ଏବଂ ଜୁନିୟର ଏନ୍‌ଟିଆରଙ୍କ ଅଭିନୟକୁ ଦର୍ଶକ ପ୍ରଶଂସା କରୁଛନ୍ତି। ତେବେ ଫିଲ୍ମର ସଫଳତା ପରେ ରାମ ଚରଣ ବହୁତ ଖୁସି ଅଛନ୍ତି । ଏହି ଖୁସିରେ ‘ଆର୍‌ଆର୍‌ଆର୍‌’ଦଳର ଅନେକ ସଦସ୍ୟଙ୍କୁ ସୁନା ମୁଦ୍ରା ଉପହାର ଦେଇଥିବା ଦେଖିବାକୁ ମିଳିଛି। ଫିଲ୍ମରେ ସେ ରାଜୁ ଚରିତ୍ରରେ ଅଭିନୟ କରିଛନ୍ତି।

Share