ତାରାତାରିଣୀଙ୍କୁ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳକାମନା କଲେ ରାଜ୍ୟପାଳ,ରାସ୍ତାରେ ଲୋକଙ୍କ ଅଭିଯୋଗ ଶୁଣିଲେ , ରୋଗାକ୍ରାନ୍ତ ନାବାଳକଙ୍କ ଚିକିସାଲାଗି ଦେଲେ ପ୍ରତିଶ୍ରୁତି

ପୁରୁଷୋତ୍ତମପୁର,୧୧/୧( ସିମାଞ୍ଚଳ ମିଶ୍ର) ରାଜ୍ୟପାଳ ରଘୁବର ଦାଶ ଗୁରୁବାର ସକାଳେ ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରୀଣୀଙ୍କ ଦର୍ଶନ କରି ଆଶିଷ ନେବା ସହ ଓଡିଶାବାସୀଙ୍କ ମଙ୍ଗଳକାମନା କରିଛନ୍ତି। ଏହା ସହ ମନ୍ଦିର ଚତୁପାର୍ଶରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ବୁଲି ଦେଖିଥିଲେ। ପାହାଡ ଊପରେ ରହି ସୌନ୍ଦର୍ଯପୂର୍ଣ୍ଣ ଜଙ୍ଗଲ ପୂର୍ଣ୍ଣ ପରିବେଶ ଓ ପାହାଡ ପାଦଦେଶରେ ବହିଯାଇଥିବା ପବିତ୍ର ଋଷିକୁଲ୍ୟା ନଦୀର ସୁନ୍ଦର ମନୋରମ ଦୃଶ୍ୟକୁ ଦେଖି ଖୁସି ପ୍ରକଟ କରିଥିଲୋ ମନ୍ଦିରରୁ ଫେରିବା ବାଟରେ ପାହାଡ ପାଦଦେଶରେ ବହୁ ମହିଳା ଧାଡିବାନ୍ଧି ଠିଆ ହୋଇ ଥିବାର ଦେଖି ଅଟକି ଯାଇ ସେମାନଙ୍କ ସମସ୍ୟା ବୁଝିଥିଲେ। ଏହି ମହିଳାମାନେ ଗରିବ ଶ୍ରେଣୀର ହୋଇଥିଲେ ମଧ୍ୟ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ କରାଯାଇଥିବା ନେଇ ଅଭିଯୋଗ ଜଣାଇ ସ୍ମାରକ ପତ୍ର ପ୍ରଦାନ କରିଥିଲୋ ଏହାକୁ ନେଇ ସରକାରଙ୍କୁ ଜଣାଇ ପଦକ୍ଷେପ ନେବାକୁ ରାଜ୍ୟପାଳ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ତାରାତାରିଣୀଠାରୁ ହୁମ୍ମା ଯିବା ବେଳେ ପୁରୁଷୋତ୍ତମପୁର ସହର ହାଡିସାହି ଛକଠାରେ ଥାଲେସେମିଆ ରୋଗରେ ଦୀର୍ଘ ୧୧ ବର୍ଷହେଲା ପୀଡିତ ନାବାଳକ ତନ୍ମୟ ବେହେରା ରାଜ୍ୟପାଳ ଆସୁଥିବାର ଜାଣି ଚିକିସା ନିମନ୍ତେ ଗୁହାରି କରିବା ଲାଗି ରାସ୍ତା ପାଶର୍‌ବରେ ଠିଆହୋଇଥିଲେ। ଛୋଟ ପିଲାଟିକୁ ଦେଖି ରାଜ୍ୟପାଳ ଅଟକି ରହି ପିଲା ସହ ତାଙ୍କ ବାପା ସୁଦର୍ଶନ ବେହେରାଙ୍କ ସହ କଥାହୋଇ ସମସ୍ୟା ବୁଝି ସମସ୍ତ ମେଡିକାଲ ରିପୋର୍ଟକୁ ଦେଖିବା ସହ ସହାୟତା ଲାଗି ଏକ ଲକ୍ଷ ଟଙ୍କା ପ୍ରଦାନ କରିବାକୁ କହିବା ସହ ସମସ୍ତ ପ୍ରକାର ଚିକିସା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲୋ


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ଡରାଇଲା ନୂଆ ମଡେଲ! ଏଇଠି ଲ୍ୟାଣ୍ଡଫଲ୍‌ ହେଲେ ସବୁ ସରିଲା…

ଓଡିଶାରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ଦାନା। ପୁରୀରୁ ପାରାଦୀପ ମଧ୍ୟରେ ଛୁଇଁପାରେ ସ୍ଥଳଭାଗ। ଏନେଇ ବିଭିନ୍ନ ଆନ୍ତର୍ଜାତିକ ମଡେଲ ଆକଳନ କରିଛି ।ବାତ୍ୟା ଲ୍ୟାଣ୍ଡଫଲ୍ କରିବା...

ବାତ୍ୟା ପୂର୍ବରୁ ବୁଡିଲା ଟ୍ରଲର, ଥିଲେ ୧୦ ମତ୍ସଜୀବୀ…

ଭଦ୍ରକ,୨୨।୧୦: ବୈତରଣୀ ମୁହାଁଣରେ ବୁଡିଲା ମାଛଧରା ଟ୍ରଲର। ଟ୍ରଲର ବୁଡିଲେ ମଧ୍ୟ ଅଳ୍ପକେ ବର୍ତ୍ତିଛନ୍ତି ମତ୍ସଜୀବୀ। ଉପକୂଳକୁ ଫେରିବା ସମୟରେ ଧାମରା ବନ୍ଦର ନିକଟରେ ମାଛଧରା...

ଧନୁଯାତ୍ରାର କଂସ ସରକାରୀ ଚାକିରିରୁ ନିଲମ୍ବିତ, ମହାପ୍ରୟାଣ ଗାଡି ବାବଦକୁ ମାଗୁଥିଲେ ଲାଞ୍ଚ…

ବରଗଡ,୨୨।୧୦(ପ୍ରେମାନନ୍ଦ ଖମାରୀ): ଧନୁଯାତ୍ରାର କଂସଙ୍କ ବଢିଲା ଅଡୁଆ। ବରଗଡ ଧନୁଯାତ୍ରାର କଂସ ସାଜୁଥିବା ହୃଷିକେଷ ଭୋଇଙ୍କୁ ନିଲମ୍ବିତ କରାଯାଇଛି। ମହାପ୍ରୟାଣ ଗାଡିରେ ଶବ ପରିବହନ ବାବଦକୁ...

ଶ୍ରମିକଙ୍କ ଚେତାବନୀ: କାମ ଦିଅ ନ ହେଲେ….

ବଲାଙ୍ଗୀର, ୨୨।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡା ବ୍ଳକ ଅନ୍ତର୍ଗତ ସୁଲେଇକେଲା ଗ୍ରାମ ପଞ୍ଚାୟତ ଅଧୀନ ଝରିଆମୁଣ୍ଡା ଗାଁର ଶ୍ରମିକମାନେ କାମ ଯୋଗାଇ ଦେବା...

ବନବାସୀଙ୍କୁ ଶୋଷଣ କରୁଛନ୍ତି ବେପାରୀ, ସମାଧାନ କରିବାକୁ ଦାବି

କେନ୍ଦୁଝର,୨୨ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରଶାସନିକ ଅବହେଳା କାରଣରୁ କେନ୍ଦୁଝର ଜିଲାର ବନବାସୀମାନେ ବେପାରୀଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ଦୁର୍ଗମ ଅଞ୍ଚଳରୁ ସହରକୁ ବନଜାତ ଦ୍ରବ୍ୟ...

କୋଦାଳ ଧରି ରାସ୍ତା ସଫା କଲେ ସିଆରପିଏଫ ଯବାନ

ତୁମୁଡିବନ୍ଧ,୨୨।୧୦(ଦୀପକ କୁମାର ପରସେଠ): କନ୍ଧମାଳ ଜିଲା ବେଲଘର ସିଆରପିଏଫ କ୍ୟାମ୍ପର ୧୨୭ କେନ୍ଦ୍ରୀୟ ବଳ ଦ୍ୱାରା ଆଜି ମଙ୍ଗଳବାର ପୂର୍ବାହ୍ନ ୧୧ଟା ବେଳେ ସ୍ବଚ୍ଛ ଭାରତ...

ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ ସ୍ବାମୀ

ଦିଗପହଣ୍ଡି,୨୨।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମର ଏସ. ବେଦମୋତି ଦୋରାଙ୍କୁ ତାଙ୍କ ସାମୀ ଏସ.ଦୀନବନ୍ଧୁ ଦୋରା ନିସ୍ତୁକ ମାଡ଼ ମାରିବା...

ଆସୁଛି ବାତ୍ୟା, ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ତୋରଣ ଖୋଲିବାକୁ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା,୨୨ା୧୦: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାର ପ୍ରସ୍ତୁତି ଜୋରଦାର ଚଳାଇଛନ୍ତି। ବାତ୍ୟା ସମୟରେ ହେବାକୁ ଥିବା ଦ୍ରୁତ ପବନକୁ ନଜରରେ ରଖି ଢେଙ୍କାନାଳ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri