Posted inଜାତୀୟ

ପ୍ରଜ୍ଞାନନ୍ଦ-ଇରିଗାସିଙ୍କ ମ୍ୟାଚ ଦେଖି ମୋଦି ମୁଗ୍ଧ:ପ୍ରଶଂସାରେ ପୋତିପକାଇଲେ

ନୂଆଦିଲ୍ଲୀ, ୨୬।୯ (ପି.ଟି.):ବୁଦାପେଷ୍ଟରେ ଅନୁଷ୍ଠିତ ୪୫ତମ ଚେସ୍‌ ଅଲିମ୍ପିଆଡ୍‌ରେ ଐତିହାସିକ ଡବଲ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳ (ମହିଳା ଓ ପୁରୁଷ)କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ବୁଧବାର ଉଭୟ ମହିଳା ଓ ପୁରୁଷ ଦଳର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଅଲିମ୍ପିଆଡ୍‌ରେ ଭାରତୀୟ ମହିଳା ଓ ପୁରୁଷ ଦଳ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲା। ଅନ୍ତିମ ରାଉଣ୍ଡରେ ପୁରୁଷ ଦଳ ସ୍ଲୋଭେନିଆକୁ ଓ ମହିଳା ଦଳ ଆଜରବୈଜନାକୁ ପରାସ୍ତ କରିଥିଲା। ଚେସ୍‌ ଅଲିମ୍ପିଆଡ୍‌ ଇତିହାସରେ ଭାରତର ଏହାଥିଲା ସର୍ବପ୍ରଥମ ସ୍ବର୍ଣ୍ଣ ପଦକ।
ଅନ୍ତିମ ରାଉଣ୍ଡରେ ଭାରତୀୟ ପୁରୁଷ ଦଳର ଡି. ଗୁକେଶ, ଅର୍ଜୁନ ଇରିଗାସି ଓ ଆର. ପ୍ରଜ୍ଞାନନ୍ଦ ବିଜୟ ହାସଲ କରିଥିବାବେଳେ ଭିଦିତ ସନ୍ତୋଷ ଗୁଜରାଠି ପଏଣ୍ଟ ଭାଗ କରିଥିଲେ। ସେହିପରି ମହିଳା ଦଳର ଦ୍ରୋଣାଭାଳି ହାରିକା, ଦିବ୍ୟା ଦେଶମୁଖ ଓ ଭାନ୍ତିକା ଅଗ୍ରଓ୍ବାଲ ବିଜୟୀ ହୋଇଥିଲେ ଏବଂ ଆର. ବୈଶାଳୀ ମ୍ୟାଚ ଡ୍ର ରଖିଥିଲେ। ପେଣ୍ଟାଲା ହରିକ୍ରିଷ୍ଣା ଓ ତାନିଆ ସଚଦେବ ଯଥାକ୍ରମେ ଭାରତୀୟ ପୁରୁଷ ଓ ମହିଳା ଦଳର ଅନ୍ୟତମ ସଦସ୍ୟ ଥିଲେ। ଭାରତୀୟ ପୁରୁଷ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଡି. ଗୁକେଶ ୧୧ ମ୍ୟାଚରୁ ୧୦ଟିରେ ବିଜୟୀ ହୋଇଥିଲେ। ଭାବ ବିନିମୟ ଅବସରରେ ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କୁ ଏକ ଚେସ୍‌ବୋର୍ଡ ପ୍ରଦାନ କରିଥିଲେ। ଏହାପରେ ପ୍ରଜ୍ଞାନନ୍ଦ ଓ ଇରିଗାସିଙ୍କ ମଧ୍ୟରେ ଏକ କ୍ୱିକ୍‌ ଗେମ୍‌ ଅନୁଷ୍ଠିତ ହୋଇଥିଲା। ଏହାକୁ ଦେଖି ପ୍ରଧାନମନ୍ତ୍ରୀ ମନ୍ତ୍ରମୁଗ୍ଧ ହୋଇଥିଲେ। ଚେସ୍‌ ଅଲିମ୍ପିଆଡ୍‌ରେ ଭାରତୀୟ ପୁରୁଷ ଦଳ ସମ୍ଭାବ୍ୟ ୨୨ରୁ ୨୧ ପଏଣ୍ଟ ପାଇଥିଲା। ପୂରା ଟୁର୍ନାମେଣ୍ଟରେ ଭାରତ କେବଳ ଉଜବେକିସ୍ତାନ ବିପକ୍ଷରେ ୨-୨ରେ ଗେମ୍‌ ଡ୍ର ରଖିଥିଲା। ମହିଳା ଦଳ ୧୯ ପଏଣ୍ଟ ପାଇ ପ୍ରତିଯୋଗିତା ଶେଷ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ଗୁହାରି ଶୁଣି ସିଜେଆଇ ଚନ୍ଦ୍ରଚୁଡ ଶୁଣାଇଲେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୨୭।୯: ଜଣେ ଆୟୁର୍ବେଦିକ ଡାକ୍ତରଙ୍କ ଆବେଦନ ଶୁଣାଣି ବେଳେ ଶୁକ୍ରବାର ସୁପ୍ରିମକୋର୍ଟ ରାଜସ୍ଥାନ ସରକାରଙ୍କ ମନୋଭାବ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଏହି ପ୍ରସଙ୍ଗରେ ଏକ...

କିଏ ସେହି ରୁତା ଆହାଦ, ଯିଏ କଲାମଙ୍କୁ ଓସାମା ବିନ ଲାଦେନଙ୍କ ସହ କଲେ ତୁଳନା, ବଢୁଛି ଉତ୍ତେଜନା

ମୁମ୍ବାଇ,୨୭।୯: ରୁତା ଆହାଦ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି। ସେ ଏକ ସ୍କୁଲ କାର୍ଯ୍ୟକ୍ରମରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ପିଲାମାନେ...

ଖୋଲା ଜିପ୍‌ରେ ବସି ରିଲ୍ସ କଲେ ଉପମୁଖ୍ୟମନ୍ତ୍ରୀଙ୍କ ପୁଅ: ଭାଙ୍ଗିଲେ ଟ୍ରାଫିକ୍‌ ନିୟମ, ପୋଲିସ ଦେଲା ସହାୟତା

ଜୟପୁର,୨୭।୯: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପ୍ରେମଚାନ୍ଦ ବୈରୱାଙ୍କ ପୁଅଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି କାରଣରୁ ତାଙ୍କ ପୁଅ ଟ୍ରାଫିକ ନିୟମ...

ରାହୁଲଙ୍କୁ ଡେଟ୍‌ କରିବାକୁ ଚାହାନ୍ତି କରୀନା କପୁର, ହେଲେ କଂଗ୍ରେସ ଏମପିଙ୍କୁ ନେଇ ଏ କ’ଣ କହିଦେଲେ ସୈଫ, ସମସ୍ତେ ତାଜୁବ

ନୂଆଦିଲ୍ଲୀ,୨୭।୯: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍‌ ଏକ ଜାତୀୟ ଗଣମାଧ୍ୟମ କନକ୍ଲେଭରେ ଯୋଗଦେଇ ବଡ଼ ବୟାନ ଦେଇଛନ୍ତି। ଯେତେବେଳେ ଏହି କାର୍ଯ୍ୟକ୍ରମରେ ତାଙ୍କୁ ପଚରାଯାଇଥିଲା...

ସୁନୀଲ ଜାଖରଙ୍କ ଇସ୍ତଫା ଖବର ମିଛ, ଭାଜପା କହିଲା ବିରୋଧି କରୁଛନ୍ତି ମିଛ ଖବର ପ୍ରଚାର

ଚଣ୍ଡିଗଡ଼,୨୭।୯: ଭାରତୀୟ ଜନତା ପାର୍ଟି ପଞ୍ଜାବ ଭାଜପା ରାଜ୍ୟ ସଭାପତି ସୁନୀଲ ଜାଖରଙ୍କ ଇସ୍ତଫା ଖବରକୁ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କହିଛି। ଭାଜପା ନେତା...

ପ୍ରଶାନ୍ତ କିଶୋରଙ୍କ ଦାବିକୁ ନେଇ ଦୋହଲିଗଲା ବିହାର ରାଜନୀତି, ଜେଡିୟୁ, ଆରଜେଡିକୁ…

ପାଟନା,୨୭।୯: ଜନ ସୁରାଜ ଅଭିଯାନଙ୍କ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର (ପି.କେ) ଅକ୍ଟୋବର ୨ରେ ସଂଗଠନର ଦଳ ଗଠନ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ...

ଏତେ ଅହଂକାର ଠିକ୍‌ ନୁହେଁ, କେଜ୍‌ରିଓ୍ବାଲ୍‌ଙ୍କୁ କାହିଁକି ଏମିତି କହିଲେ ସ୍ବାତୀ ମାଲିଓ୍ବାଲ୍‌

ନୂଆଦିଲ୍ଲୀ,୨୭।୯: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ସ୍ବାତୀ ମାଲିଓ୍ବାଲ୍‌ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଟାର୍ଗେଟ୍‌ କରିଛନ୍ତି। କେଜ୍‌ରିୱାଲ ବିଧାନସଭାରେ ବୈଭବ...

ଓମାର ଅବଦୁଲ୍ଲାଙ୍କୁ ଶାହାଙ୍କ କଡା ବାର୍ତ୍ତା

ନୂଆଦିଲ୍ଲୀ,୨୭।୯: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ତଥା ବରିଷ୍ଠ ଭାରତୀୟ ଜନତା ପାର୍ଟି (ଭାଜପା) ନେତା ଅମିତ ଶାହା ଶୁକ୍ରବାର ଜାସରୋଟା, ଜମ୍ମୁ କଶ୍ମୀରରେ ଏକ ସାଧାରଣ ସଭାରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri