କୋଲାବିରା,୫ା୩(ଚିନ୍ମୟ କୁମାର ବହିଦାର): ୩୦ବର୍ଷ ଧରି ଜଣେ ସୈନିକ ଭାବେ ଦେଶମାତୃକାର ସେବାରେ ନିଜକୁ ନିୟୋଜିତ କରି କୋଲାବିରା ବ୍ଲକ ସନ୍ୟାସିପାଲି ଗ୍ରାମର ଛବିଳ କୁମାର ବାଗ୍ ମଙ୍ଗଳବାର ଜନ୍ମମାଟିକୁ ଫେରିଛନ୍ତି। ସୁବେଦାର ବାଗ୍ ଶ୍ରୀନଗରରୁ ଫେରିବା ପରେ ଦୁଲଦୁଲି ବାଦ୍ୟ ସହିତ ଏକ ଶୋଭାଯାତ୍ରାରେ ଘର ପର୍ଯ୍ୟନ୍ତ ତାଙ୍କୁ ପାଛୋଟି ନିଆଯାଇଥିଲା।
ଛବିଳ ୨୫ ଫେବୃଆରୀ ୧୯୯୪ରେ ସେନା ବିଭାଗରେ ଜଣେ ସାଧାରଣ ସିପାହି ଭାବେ ଯୋଗଦେଇଥିଲେ। କଠିନ ପରିଶ୍ରମ ବଳରେ ଅବସର ସମୟ ପର୍ଯ୍ୟନ୍ତ ତାଙ୍କର ସୁବେଦାର ପଦ ପର୍ଯ୍ୟନ୍ତ ପଦୋନ୍ନତି ହୋଇଥିଲା। ଚାକିରି କାଳର ଶେଷ ପର୍ଯ୍ୟାୟରେ ସେ କଶ୍ମୀର ଘାଟିର ବିଭିନ୍ନ ସ୍ଥାନରେ ଦୀର୍ଘ ୧୦ ବର୍ଷ ଧରି କାର୍ଯ୍ୟ ସମ୍ପାଦନ କରି ୩୪ ରାଷ୍ଟ୍ରୀୟ ରାଇଫଲ୍ସ ବାଟାଲିୟନରୁ ଅବସର ଗ୍ରହଣ କରିଛନ୍ତି। କୋଲାବିରା ଅଞ୍ଚଳର ଜନସାଧାରଣ, ପୋଲିସ ତଥା ପ୍ରାକ୍ତନ ସୈନିକ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।