Categories: ଜାତୀୟ

ଶାଇସ୍ତାଙ୍କ ପରେ ମୁଖତାର ଅଂସାରିଙ୍କ ପତ୍ନୀ ପୋଲିସ ରାଡାରରେ

ଲକ୍ଷ୍ନୌ,୧୯।୪: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମାଫିଆ ଅତିକ ଅହମଦ, ତାଙ୍କ ଭାଇ ଅଶରଫ ଓ ପୁଅ ଅସଦଙ୍କ ଅନ୍ତ ହେବା ପରେ ଏବେ ଯୋଗୀ ସରକାର ରାଜ୍ୟକୁ ଅପରାଧ ମୁକ୍ତ କରିବାରେ ଲାଗି ପଡିଛନ୍ତି। ଏହାପରେ ଏବେ ପୋଲିସ ପ୍ରଶାସନ କମାଣ ସମ୍ଭାଳିଛି। ଉତ୍ତର ଗାଜିପୁର ଜନପଦରେ ପୋଲିସ ପୁରସ୍କାର ଘୋଷିତ ଅପରାଧିଙ୍କ ସୂଚି ପ୍ରକାଶ କରିଛି। ଏହି ସୂଚିରେ ୧୨ ସେହି ଅପରାଧିଙ୍କ ନାମ ସାମିଲ ରହିଛି ଯାହାଙ୍କ ଉପରେ ପୋଲିସ ପୁରସ୍କାର ଘୋଷଣା କରିଛି। ଏହି ସୂଚିରେ ମାଫିଆ ମୁଖତାର ଅଂସାରିଙ୍କ ପତ୍ନୀ ଅଫଶାନ ଅଂସାରିଙ୍କ ନାମ ସାମିଲ ଅଛି।

ଏବେ ଅତିକ ଅହମଦଙ୍କ ପତ୍ନୀ ଶାଇସ୍ତା ପରବିନ ଉତ୍ତର ପ୍ରଦେଶ ଏସଟିଏଫର ଟାର୍ଗେଟରେ ରହିଛନ୍ତି। ଉମେଶ ପାଲ ହତ୍ୟା ଘଟଣା ପରେ ସେ ଫେରାର ଅଛନ୍ତି। ଏବେ ପୂର୍ବାଞ୍ଚଳ ମାଫିଆ ମୁଖତାର ଅଂସାରିଙ୍କ ପତ୍ନୀ ଅଫଶାନ ବି ପୋଲିସ ରାଡାରକୁ ଚାଲି ଆସିଛନ୍ତି।

Share