ସାଂଘାଇ ପରେ ଏବେ ବେଜିଂରେ କରୋନା ସୁନାମୀ, ୨୪ ଘଣ୍ଟାରେ ୩୨ ମୃତ

ବେଜିଂ,୩ ।୫: ଚାଇନାକୁ ପୁଣି ଫେରିଛି କରୋନା ମହାମାରୀ । ଚାଇନାର ସାଂଘାଇ ସହର କରୋନାର ହଟସ୍ପଟ ପାଲଟି ଥିବା ବେଳେ ଏବେ ବେଜିଂରେ କରୋନା ଭାଇରସର ଓମିକ୍ରମ ଭାରିଏଣ୍ଟ ତାଣ୍ଡବ ରଚିଛି । ଏହାକୁ ନେଇ ସୋମବାର ଶୂନ୍ୟ କୋଭିଡ ନିୟମ ପାଳନ କରାଯାଉଥିବା ବେଜିଂରେ କଡାକଡି ପ୍ରତିବନ୍ଧକ ଲଗାଯାଇଛି । ସାର୍ବଜନିକ ସ୍ଥାନ, ରସ୍ତୋରାଁ ଆଦିରେ ଗହଳି ନ କରିବାକୁ କୁହାଯାଇଥିବା ବେଳେ ଏଠାରେ ପ୍ରବେଶ ପାଇଁ କରୋନା ନେଗେଟିଭ ସାର୍ଟିଫିକେଟ ଜରୁରୀ ବୋଲି କୁହାଯାଇଛି । ଦେଶରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଇଁ ୫ ଦିନ ଛୁଟି ଘୋଷଣା କରାଯାଇଥିବା ବେଳେ ଏପଟେ କରୋନା ମହାମାରୀକୁ ନେଇ ବିଭିନ୍ନ ପ୍ରତିବନ୍ଧକ ଲଗାଯାଇଛି । ସୂଚନା ମୁତାବକ ଦେଶରେ ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣରେ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬,୮୯୫ ଜଣ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡିଛି । ସେଥିପାଇଁ ଶିକ୍ଷାନୁଷ୍ଠାନ ଗୁଡିକୁ ପୁଣିଥରେ ବନ୍ଦ କରି ଦିଆଯାଇଛି ।

Share