ହଲିଉଡ ପାଇଁ ମନ ବଳାଇଲେଣି କାର୍ତ୍ତିକ

ମୁମ୍ବାଇ: ଏବେ ପରଦାରେ କମାଲ କରୁଛି କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ମୁଭି ‘ଭୁଲ ଭୁଲେୟା ୨’ । ଗୋଟିଏ ପଟେ ସାଉଥ୍ ଇଣ୍ଡଷ୍ଟ୍ରିରେ ଗୋଟିଏ ପରେ ଗୋଟିଏ ମୁଭି ହିଟ୍ ହୋଇ ଚାଲିଥିବା ବେଳେ ଅନ୍ୟପଟେ ବଲିଉଡ୍ ମୁଭି ବ୍ୟାକ ଟୁ ବ୍ୟାକ ଫ୍ଲପ ହେବାରେ ଲାଗିଥିଲା । ହେଲେ ଏତିକି ବେଳେ ଦର୍ଶକଙ୍କ ମନକୁ ଛୁଇଁଛି କାର୍ତ୍ତିକଙ୍କ ଅଭିନୀତ ମୁଭି ‘ଭୁଲ ଭୁଲେୟା ୨’ । ଏବେ ଅଭିନେତା ଏହି ମୁଭିର ସକସେସକୁ ନେଇ ଖୁସି ମନାଉଥିବା ବେଳେ ଆଉ ଏକ କଥା ସାମ୍ନାକୁ ଆସିଛି । ଦର୍ଶକେ ଏବେ କାର୍ତ୍ତିକଙ୍କୁ ବଲିଉଡର ହିଟ୍ ହିରୋ କହୁଥିବା ବେଳେ ସେ କିନ୍ତୁ ଏବେ ମନ ବଳାଇଛନ୍ତି ହଲିଉଡ ଆଡେ ।
ନିକଟରେ ଏକ ସାକ୍ଷାତକାରରେ କାର୍ତ୍ତିକ କହିଛନ୍ତି, ସେ ମାର୍ବଲ ସୁପରହିରୋ ହେବାକୁ ଚାହୁଁଛନ୍ତି । ଅଭିନେତା କହିଛନ୍ତି, ନିକଟରେ ସେ ଥିଏଟରରେ ମାର୍ବଲ ମୁଭି ଡା.ଷ୍ଟ୍ରେଞ୍ଜ ଦେଖିଥିଲେ ଯାହା ତାଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଆଉ କାର୍ତ୍ତିକ କହିଥିଲେ ମୁଁ ବି ମାର୍ବଲ ୟୁନିଭର୍ସର ଅଂଶ ହେବାକୁ ଚାହୁଁଛି । ଅସଲରେ ସେ ମ୍ୟାଜିକ ବି ଜାଣନ୍ତି । ଏମିତି ଭାବେ ହଲିଉଡ ଯିବାକୁ ମନ ବଳାଇଥିବା କଥା କହି ପକାଇଛନ୍ତି ବଲିଉଡ ନାୟକ କାର୍ତ୍ତିକ ଆର୍ଯ୍ୟନ ।

Share