Categories: ଜାତୀୟ

୬ବର୍ଷ ଧରି ସହମତିରେ ଶାରୀରିକ ସମ୍ପର୍କ ରଖିବା ପରେ କରିପାରିବେନି ବଳ।ତ୍କାର ଅଭିଯୋଗ

ବେଙ୍ଗାଲୁର,୯।୮: ୬ବର୍ଷ ଧରି ସହମତିରେ ଶାରୀରିକ ସମ୍ପର୍କ ରଖିବା ପରେ ବଳତ୍କାର ହୋଇଥିବା ଅଭିଯୋଗ ଆଣିପାରିବେ ନାହିଁ। ଅଭିଯୋଗ ଆଣିଲେ ଅଭିଯୋଗକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏକ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି କର୍ନାଟକ ହାଇକୋର୍ଟ।

ଏକ ଜାତୀୟ ଗଣମାଧଧ୍ୟମର ରିପୋର୍ଟ ଅନୁଯାୟୀ, ମହିଳା ଜଣକ ୬ ବର୍ଷ ଧରି ସହମତିରେ ଶାରୀରିକ ସମ୍ପର୍କ ରଖିବା ପରେ ପୁରୁଷ ବନ୍ଧୁ ଜଣକ ବିବାହ ପ୍ରତିଶ୍ରୁତିକୁ ଖଣ୍ଡନ କରିବାରୁ କୋର୍ଟରେ ବଳତ୍କାର ହୋଇଥିବା ଅଭିଯୋଗ କରିଥିଲେ।

Share