Advertisement

ସୋନାକ୍ଷୀଙ୍କ ପରେ ଏବେ କପୁର ପରିବାରରେ ବାଜିବ ସାହାନାଇ!

ମୁମ୍ବାଇ: ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲଙ୍କର କୋର୍ଟ ମ୍ୟାରେଜ ପରେ ମୁମ୍ବାଇର ଶିଳ୍ପା ଶେଟ୍ଟୀଙ୍କ ରେଷ୍ଟୁରାଣ୍ଟ ବୈଷ୍ଟିୟନିରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ। ସୋନାକ୍ଷୀ ସିହ୍ନାଙ୍କ ବିବାହ ରିସେପ୍ସନ ପାର୍ଟିରେ ବହୁ ବଲିଉଡ ତାରକା ଯୋଗ ଦେଇଥିଲେ। ପାର୍ଟିରେ ଅନିଲ କପୁର ମଧ୍ୟ ଏହି ଦମ୍ପତିଙ୍କୁ ତାଙ୍କ ଡ୍ୟାସିଂ ଶୈଳୀରେ ଆଶୀର୍ବାଦ ଦେଇଥିଲେ ଏବଂ ଖୁସି ବ୍ୟକ୍ତ କରିଥିଲେ। ବର୍ତ୍ତମାନ ସୋନାକ୍ଷୀଙ୍କ ବିବାହ ଉତ୍ସବରେ ଯୋଗଦେବା ପରେ ଅନିଲ କପୁର କହିଛନ୍ତି ଯେ ଖୁବ ଶୀଘ୍ର ‘କପୁର ପରିବାର’ରେ ବି ସାହାନାଇ ବାଜିବାକୁ ଯାଉଛି।

ହଁ! ଅନିଲ କପୁର ଗାଲାଟା ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ କପୁର ପରିବାରରେ କାହାର ବିବାହ ହେବାକୁ ଯାଉଛି। ବାର୍ତ୍ତାଳାପ ସମୟରେ ଅନିଲ କପୁର କହିଛନ୍ତି – ଆଶା କରୁଛି ଏହା ଅର୍ଜୁନଙ୍କର ହେବ। ତଥାପି ଅର୍ଜୁନଙ୍କ ଦୁଲହନ କିଏ ହେବ ତାହା କହିବା କଷ୍ଟକର।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share