Categories: ଜାତୀୟ

ପ୍ରିୟଙ୍କା ଗାନ୍ଧୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୩।୬: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କୋଭିଡ ସଂକ୍ରମିତ ହୋଇଛନ୍ତି। ଶୁକ୍ରବାର ପ୍ରିୟଙ୍କା ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି, ‘ମୁଁ କୋଭିଡ ସଂକ୍ରମିତ ହୋଇଛି। କରୋନାର ସାମାନ୍ୟ ଲକ୍ଷଣ ରହିଛି। ମୁଁ କରୋନା ପ୍ରୋଟୋକଲ ଅନୁଯାୟୀ ଘରେ ନିଜକୁ କ୍ୱାରାଣ୍ଟାଇନ୍‌ରେ ରଖିଛି। ଯେଉଁମାନେ ଗତ କିଛିଦିନ ହେବ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସାବଧାନତା ଅବଲମ୍ବନ କରନ୍ତୁ’।
ଏହାପୂର୍ବରୁ ଗୁରୁବାର କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ।

Share