Posted inଫୁରସତ

ଦେଢ କୋଟି ଟଙ୍କାର ଟାଟୁ କଲେଣି ‘ଡ୍ରାଗନ୍‌ ଗର୍ଲ’

ଆଜିକାଲି ଶରୀରରେ ଟାଟୁ କରିବା ଏକପ୍ରକାର ଫ୍ୟାଶନ ହୋଇଗଲାଣି। ଯୁବପିଢିଙ୍କ ମଧ୍ୟରେ ଟାଟୁ କରିବା ଯେପରି ଏକ ନିଶାରେ ପରିଣତ ହୋଇଛି। ଅଷ୍ଟ୍ରେଲିଆର ଅମ୍ବର ଲ୍ୟୁକ ନାମକ ଜଣେ ଯୁବତୀ ନିଜ ଶରୀରର ୯୯% ପ୍ରତିଶତ ସ୍ଥାନରେ ଟାଟୁ କରିଛନ୍ତି। ଏଥିପାଇଁ ତାଙ୍କୁ ପ୍ରାୟ ଦେଢ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ଡ୍ରାଗନ ଗାର୍ଲ ଭାବରେ ଜଣାଶୁଣା ଅମ୍ବରଙ୍କୁ ଏବେ ଟାଟୁ ପାଇଁ ଅନେକ ଯନ୍ତ୍ରଣା ସହିବାକୁ ପଡୁଛି।
ଅମ୍ବର ଗତ କିଛି ବର୍ଷ ମଧ୍ୟରେ ତାଙ୍କ ଶରୀରରେ ହୋଇଥିବା ପରିବର୍ତ୍ତନ ପାଇଁ ଚର୍ଚ୍ଚାରେ ରହିଛନ୍ତି। ସେ ନିଜ ଜିଭରେ ଫର୍କ ଏବଂ ଏଲଫିନ ପରି କାନ ତିଆରି କରିବା ପାଇଁ ଅସ୍ତ୍ରୋପଚାର କରିଥିଲେ। ଗତ ବର୍ଷ ‘ଡ୍ରାଗନ ବ୍ଲୁ’ ଟାଟୁ କରିବା ପରେ ସେ ତିନି ସପ୍ତାହ ଅନ୍ଧ ହୋଇଯାଇଥିଲେ। ସେ ତାଙ୍କ ଆଖିରେ ଏହି ଟାଟୁ କରିଥିଲେ। ଏକ ସାକ୍ଷାତକାରରେ ଅମ୍ବର କହିଛନ୍ତି, ଶାରୀରିକ ଯନ୍ତ୍ରଣା ବ୍ୟତୀତ ଏବେ ମୋ ପାଇଁ ଚାକିରି କରିବାର ସମ୍ଭାବନା ମଧ୍ୟ ସୀମିତ ରହିଛି। କମ୍ପାନୀଗୁଡିକ ମୋ କାର୍ଯ୍ୟଶୈଳୀ କିମ୍ବା ମୂଲ୍ୟବୋଧକୁ ବିଚାର କରନ୍ତି ନାହିଁ। କିନ୍ତୁ ଏଥିପାଇଁ ମୁଁ ଚିନ୍ତିତ ନୁହେଁ। ସୌନ୍ଦର୍ଯ୍ୟକୁ ନେଇ ପ୍ରତ୍ୟେକଙ୍କର ନିଜସ୍ବ ଚିନ୍ତାଧାରା ରହିଛି। ଟାଟୁ କରିବା ଘୃଣ୍ୟ କାର୍ଯ୍ୟ ନୁହେଁ ବୋଲି କୁହନ୍ତି ଅମ୍ବର।


Enter your email to get our daily news in your inbox.

All Right Reserved By Dharitri.Com

ନା ଏସିର ପାଣି, ନା ଚରଣାମୃତ, ତେବେ ମନ୍ଦିରରେ କ’ଣ ପିଉଥିଲେ ଭକ୍ତ? ଭାଇରଲ ହେଉଛି ଭିଡିଓ

ଲକ୍ଷ୍ନୌ,୫।୧୧: ସୋମବାରଠାରୁ ଉତ୍ତର ପ୍ରଦେଶ ବାଙ୍କେ ବିହାରୀ ମନ୍ଦିରକୁ ନେଇ ଆଲୋଚନା ଚାଲିଛି। ମନ୍ଦିରର ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଭକ୍ତମାନେ ହାତୀ ମୁହଁରୁ...

ମହାକାଶରୁ ଫେରିଲେ ୩ ଚାଇନା ଆଷ୍ଟ୍ରୋନଟ୍‌

ବେଜିଂ: ଚାଇନାର ୩ ମହାକାଶଚାରୀ ଗତ ୬ ମାସ ଧରି ଟିଆନ୍‌ଗୋଙ୍ଗ୍‌ ମହାକାଶ ଷ୍ଟେଶନରେ ବିତାଇବା ପରେ ସୋମବାର ସୁରକ୍ଷିତ ଭାବେ ପୃଥିବୀକୁ ଫେରି ଆସିଛନ୍ତିଛନ୍ତି।...

ସୁନାମି ସଚେତନତା ନିହାତି ଜରୁରୀ

ପ୍ରତିବର୍ଷ ନଭେମ୍ବର ୫ରେ ବିଶ୍ୱ ସୁନାମି ସଚେତନତା ଦିବସ ପାଳନ କରାଯାଏ। ସୁନାମି ବିଷୟରେ ସଚେତନତା ବୃଦ୍ଧି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଏହି...

ସରକାରୀ ଡାକ୍ତରଖାନାରେ ୟୁଟ୍ୟୁବ୍‌ ଦେଖି  ଇସିଜି କରୁଛନ୍ତି ଲ୍ୟାବ ଆଟେଣ୍ତାଣ୍ଟ: ଭିଡିଓ ଭାଇରାଲ ପରେ…

  ସ୍ବାସ୍ଥ୍ୟ ସେବାରେ ଅଭାବନୀୟ ଘଟଣା। ୟୁଟ୍ୟୁବ୍‌ ଦେଖି ଚାଲିଛି ରୋଗୀଙ୍କ ଚିକିତ୍ସା ।  ଡାକ୍ତର ନୁହଁନ୍ତି ଲ୍ୟାବ ଆଟେଣ୍ତାଣ୍ଟ ୟୁଟ୍ୟୁବ୍‌ ଦେଖି କରୁଛନ୍ତି ଇସିଜି...

କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିର ନିର୍ମାଣ ପାଇଁ ସୀତାଦେବୀଙ୍କ ଇଚ୍ଛାପତ୍ର

କୋଣାର୍କରେ ମନ୍ଦିର ନିର୍ମାଣ ସମୟରେ ଭାରତର ତଥା ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ବାସ୍ତୁଜ୍ଞାନୀ, ଶାସ୍ତ୍ରଜ୍ଞ, ସାଧୁସନ୍ଥ, ଅନୁଭବୀ ଶିଳ୍ପୀଙ୍କୁ ଗଜପତି ଲାଙ୍ଗୁଳା ନରସିଂହଦେବ ଆମନ୍ତ୍ରଣ...

ବୃହତ୍‌ ଡାଇନୋସର କଙ୍କାଳର ନିଲାମି ହେବ

ପ୍ୟାରିସ୍‌: ଆସନ୍ତା ୧୬ରେ ଫ୍ରାନ୍ସର ପ୍ୟାରିସ୍‌ରେ ବିଶ୍ୱର ସବୁଠୁ ବଡ଼ ଡାଇନୋସରଙ୍କ ମଧ୍ୟରୁ ଅନ୍ୟତମ ଭଲ୍‌କେନ୍‌ର କଙ୍କାଳର ନିଲାମ କରାଯିବ। ଏନେଇ ଫରାସୀ ଅକ୍ସନ ହାଉସ୍‌ ‘କୋଲିନ୍‌...

ଏତେ ବଡ଼ ଜିନ୍ସ !

ଜିନ୍ସର ଫ୍ୟାଶନ୍‌ କାହିଁ କେବେଠୁ ରହି ଆସିଛି। ଖାସ୍‌କରି ଯୁବପିଢିଙ୍କ ମଧ୍ୟରେ ଏହାର କ୍ରେଜ୍‌ ଅଧିକ ଥାଏ। ବହୁତ କମ୍‌ ଲୋକ ଥିବେ ଯେଉଁମାନେ କି...

କଙ୍କାଳ ସହ ପିଇବେ କଫି

ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ର ଏକ ରେଷ୍ଟୁରାଣ୍ଟ ଏବେ ବେଶ୍‌ ଚର୍ଚ୍ଚିତ ହେବାରେ ଲାଗିଛି। ରେଷ୍ଟୁରାଣ୍ଟର ନାଁ ହେଉଛି ‘ଡେଥ୍‌ ଆଓ୍ବେରନେସ୍‌’କାଫେ। ନାଁରୁ ହିଁ ଜାଣିପାରୁଥିବେ ରେଷ୍ଟୁରାଣ୍ଟଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri