୧୦୦ ଦିନ ସମୁଦ୍ରରେ ରହି ଓ୍ବାଲର୍‌ଡ ରେକର୍ଡ କଲେ ପ୍ରଫେସର…

ଫ୍ଲୋରିଡା,୧୩।୬ : ଆମେରିକାର ଫ୍ଲୋରିଡାର ଜଣେ ପ୍ରଫେସର ଏକ ଆଶ୍ଚର୍ଯ୍ୟଜନକ ରେକର୍ଡ କରିଛନ୍ତି। ପ୍ରଫେସର ୧୦୦ଦିନ ସମୁଦ୍ର ପାଣି ତଳେ ରହିବା ପାଇଁ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଆମେରିକାର ନୌସେନାର ପୂର୍ବତନ ଡାଇଭର ତଥା ବାୟୋମେଟିକାଲ ଇଞ୍ଜିନିୟରିଂର ବିଶେଷଜ୍ଞ ଜୋସେଫ ଡିଟୁରି ଏହି ଅଦ୍ଭୁତ ରେକର୍ଡ ସୃଷ୍ଟି କରିଛନ୍ତି।

ଡିଟୁରି ମାର୍ଚ୍ଚ ୧ ତାରିଖରୁ ଫ୍ଲୋରିଡାର ଲାର୍ଗୋ ସିଟିରେ ସମୁଦ୍ରରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ଆରମ୍ଭରେ, ଡିଟୁରି ନିଷ୍ପତ୍ତି ନେଇଥିଲେ ସେ ୧୦୦ ଦିନ ପାଣି ତଳେ ରହିବେ ଏବଂ ସେ ତାଙ୍କ ଚ୍ୟାଲେଞ୍ଜ ସମାପ୍ତ କରିଛନ୍ତି ।

ସମୁଦ୍ର ପାଣି ତଳେ ରହିଥିବାର ୧୦୦ ଦିନର ଅନୁଭୂତି ଲୋକଙ୍କ ସହ ସେ ବାଣ୍ଟିଛନ୍ତି ।। ସେ ତାଙ୍କ ସୋସିଆଲ ମିଡିଆ ସାହାଯ୍ୟରେ ତାଙ୍କ ଅଭିଜ୍ଞତା ବିଷୟରେ ଉଲ୍ଲେଖ କରିଛନ୍ତି। ଇନଷ୍ଟାଗ୍ରାମରେ ଜୋସେଫ ଡିଟୁରି ଲେଖିଛନ୍ତି, ୧୦୦ ଦିନ ସମୁଦ୍ର ତଳେ ବାସ କରିବା କିଛି ନୂତନ ଆବିଷ୍କାର କରିବା ପାଇଁ ସର୍ବଦା ବ୍ୟକ୍ତିଗତ ଏବଂ ବୃତ୍ତିଗତ ଅନୁସନ୍ଧାନର ଫଳାଫଳ। ଏହି ଅଭିଜ୍ଞତା ମୋତେ ବହୁତ ପରିବର୍ତ୍ତନ କରିଛି। ଆଶା କରୁଛି ମୁଁ ଅନୁସନ୍ଧାନକାରୀଙ୍କୁ ପ୍ରେରଣା ଦେଇଛି।

ଦୁଇ ଦିନ ପୂର୍ବରୁ ସୋସିଆଲ ମିଡିଆରେ ଡେଟୁରୀ ଏହି ପୋଷ୍ଟ ଶେୟାର କରିଥିଲେ। ପୋଷ୍ଟ ହେବା ପରଠାରୁ ଏହାକୁ ୨୫୦୦ରୁ ଅଧିକ ଥର ପସନ୍ଦ କରାଯାଇଛି ଏବଂ ଅନେକ ଲୋକ ମଧ୍ୟ ଏହି ପୋଷ୍ଟ ଉପରେ ମନ୍ତବ୍ୟ ଦେଇଛନ୍ତି।

Share