ହାଇଟେକରୁ ଗାଁକୁ ନେବା ପରେ ଦିଲ୍ଲୀପଙ୍କର ହେଲା  ଅନ୍ତିମ ସଂସ୍କାର

ଭୁବନେଶ୍ୱର,୧୦।୧: ହାଇଟେକ ଟ୍ରାଜେଡିରେ ଡିଏନ୍‌ଏ ରିପୋର୍ଟ ଆସିବା ପରେ ମୃତଦେହକୁ ଧରି ଗାଁକୁ ଫେରିଛନ୍ତି ମୃତକ ଦିଲୀପ ସାମନ୍ତରାୟଙ୍କ ପରିବାର ଲୋକେ।  ଗାଁକୁ ନେବା ପରେ ଦିଲ୍ଲୀପଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଡିଏନ୍‌ଏ ରିପୋର୍ଟରୁ ପରିଚୟ ସ୍ପଷ୍ଟ ହେବା ପରେ ପରିବାର ଲୋକଙ୍କୁ ମୃତଦେହ ହସାନ୍ତର କରାଯାଇଛି।
ଅନ୍ୟପକ୍ଷରେ ମୃତ ଦିଲ୍ଲୀପ ସାମନ୍ତରାୟଙ୍କ ମା’ ଅହଲ୍ୟା ସାମନ୍ତରାୟ ହାଇଟେକ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଏତଲା ଦେଇଛନ୍ତି । ମୃତକୁ ଜୀବିତ ଏବଂ ଜୀବିତକୁ ମୃତ ଦର୍ଶାଇ ମୃତଦେହ ଅଦଳ ବଦଳ କରିବାରେ କାହାର ହାତ ରହିଛି ? ଏତେ ବଡ ଭୁଲ ପାଇଁ ଦାୟୀ କିଏ ? ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ  ସେ ଦାବି କରିଛନ୍ତି । ଏଥିସହିତ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଦାବି କରିଛନ୍ତି ।
Share