ତାଲିବାନର କ୍ଷମତା ଦଖଲ ପରେ ମହିଳା ରିପୋର୍ଟର ବଦଳାଇଲେ ନିଜ ଡ୍ରେସ୍‌ କୋଡ୍‌…

କାବୁଲ,୧୭।୮: ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ ପରେ ମହିଳାମାନେ ଭୟଭୀତ ହୋଇପଡ଼ିଛନ୍ତି। ସେଠାରେ କାର୍ଯ୍ୟ କରୁଥିବା ଆମେରିକାର ଜଣେ ମହିଳା ଟିଭି ରିପୋର୍ଟର କ୍ଷମତା ଦଖଲର ୨୪ ଘଣ୍ଟା ମଧ୍ୟରେ ନିଜର ଡ୍ରେସ୍‌ କୋଡ୍‌ ବଦଳାଇ ଦେଇଛନ୍ତି। ସିଏନ୍‌ଏନ୍‌ ରିପୋର୍ଟର କ୍ଲାରିସା ଓ୍ବାର୍ଡଙ୍କ କିଛି ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେ ଓ୍ବେଷ୍ଟର୍ନ ଡ୍ରେସ୍‌ ପରିବର୍ତ୍ତେ ମୁଣ୍ଡରେ ସ୍କ୍ରାଫ୍‌ ଘୋଡ଼ାଇ ହେବା ସହିତ ଲମ୍ବା ଡ୍ରେସ୍‌ ପିନ୍ଧିଥିବାରୁ ଦେଖିବାକୁ ମିଳୁଛି। ତାଲିବାନ ଅଧିକୃତ ଅଞ୍ଚଳରେ ସେ ଏଭଳି ପୋଷାକ ପିନ୍ଧି ରିପୋର୍ଟିଂ କରୁଛନ୍ତି। ୨୦୧୯ରେ ସେ ତାଲିବାନର ସଦସ୍ୟଙ୍କ ସହିତ ସାକ୍ଷାତ୍‌କାର କରିଥିଲେ। ୨୦୨୧ରେ ମ୍ୟାନ୍‌ମାରରେ ଉଲ୍ଲେଖନୀୟ ରିପୋର୍ଟିଂ କରିଥିଲେ। ସେଠାରେ ଲୋକେ ତାଙ୍କୁ ପାରାଶୁଟ୍‌ ପତ୍ରକାର ଭାବେ ନାମିତ କରିଥିଲେ।

Share