ଭରତପୁର ଥାନାରେ ଲୋମଟାଙ୍କୁରା କଳା ରାତିର କଥା କହିବା ପରେ, ଏବେ ଡିସିପିଙ୍କ ମନ୍ତବ୍ୟକୁ ନେଇ…

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ମନ୍ତବ୍ୟ ନେଇ ପ୍ରଶ୍ନ ଉଠୁଛି। ପୀଡ଼ିତାଙ୍କ କଥା ଠିକ ନା ଡିସିପିଙ୍କ କଥା ଠିକ ତାକୁ ନେଇ ଚର୍ଚ୍ଚା ହେଉଛି।
ଗୁରୁବାର ପୀଡ଼ିତା ଗଣମାଧ୍ୟମକୁ କହିଥିଲେ ଯେ, ତାଙ୍କୁ ଥାନାରେ ଏକାଧିକ ପୋଲିସ ମାଡ଼ ମାରିଥିଲେ। ଘୋଷାଡ଼ି ମାଡ଼ ମାରିବା ସହ ତାଙ୍କୁ ଯୌନ ନିର୍ଯାତନା ମଧ୍ୟ ଦେଇଥିଲେ। ଥାନା ଆଇଆଇସି ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ମନ୍ତବ୍ୟ ପରେ ଏବେ ଡିସିପିଙ୍କ କଥାର ସତ୍ୟତାକୁ ନେଇ ଚର୍ଚ୍ଚା ହେଉଛି।

ଏକ ଜାତୀୟ ଗଣମାଧ୍ୟମକୁ ମନ୍ତବ୍ୟ ଦେଇ ଡିସିପି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୋଷାରୋପ କରିଥିଲେ। ଉଭୟ ଥାନାରେ ପହଞ୍ଚି ଉଭୟ ହଙ୍ଗାମା କରିବା, ସହ ଦୁର୍ବ୍ୟବହାର କରିଥିବା ସେ କହିଲେ। ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ସହ ଗାଳି କରିଥିଲେ। ଯାହାଙ୍କୁ ଦେଖିଲେ ଲାଗୁଥିଲା ଯୁବତୀ ଜଣକ ନିଶାଗ୍ରସ୍ତ ଅଛନ୍ତି ବୋଲି ଡିସିପି କହିଥିଲେ। ଜଣେ ମହିଳା ଅଫିସରଙ୍କୁ ସେ ଚାପୁଡ଼ା ମାରିଲେ, ଅନ୍ୟ ଜଣକୁ କାମୁଡ଼ିଲେ। ଆଇଆଇସି ଆସିଲା ପରେ ତାଙ୍କୁ ବି ସେ ଦୁର୍ବ୍ୟବହାର କରିଥିଲେ। ଦୁର୍ବ୍ୟବହାର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା।

 

ଭରତପୁର ଥାନାରେ ନିର୍ଯାତନା ଓ ଅତ୍ୟାଚାରର ଶିକାର ହୋଇଥିବା ଅଙ୍କିତା ପ୍ରଧାନ ଜାମିନରେ ମୁକୁଳିବା ପରେ ଗଣମାଧ୍ୟମ ଆଗକୁ ଆସି ମୁହଁ ଖୋଲିଛନ୍ତି। ଶନିବାର ବିଳମ୍ବିତ ରାତିରୁ ରବିବାର ଭୋର୍‌ ପର୍ଯ୍ୟନ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ କିପରି ଭାବେ ତାଙ୍କ ସହ ଦୁଃର୍ବ୍ୟବହାର ପ୍ରଦର୍ଶନ କରିଥିଲେ ସେ ସବୁ ଘଟଣା କାନ୍ଦି କାନ୍ଦି ବଖାଣିଛନ୍ତି। ଅଙ୍କିତାଙ୍କ କଥା ଶୁଣିବା ପରେ କମିଶନରେଟ୍‌ ପୋଲିସ ଅଧୀନରେ ଆସୁଥିବା ଭରତପୁର ଥାନାର କର୍ମଚାରୀ ଓ ଅଧିକାରୀ କିପରି ବେଆଇନ ଏବଂ ଆପରାଧିକ କାର୍ଯ୍ୟକଳାପ କରିଥିଲେ ସେସବୁ ଲୋକଲୋଚନକୁ ଆସିଛି। ବିଳମ୍ବିତ ରାତିରେ ଅଭିଯୋଗ କରିବାକୁ ଆସିଥିବା ମେଜର ଗୁରୁଭନ୍ସ ଏବଂ ତାଙ୍କ ବାନ୍ଧବୀ ଅଙ୍କିତାଙ୍କୁ ରାତିତମାମ ଥାନା କର୍ମଚାରୀ ଅକଥନୀୟ ନିର୍ଯାତନା ଦେଇଛନ୍ତି। ଖାଲି ନିର୍ଯାତନା ନୁହେଁ, ଅଙ୍କିତାଙ୍କୁ ମାଡ଼ ମାରିବା ସହ ତାଙ୍କ ପ୍ରାଇଭେଟ୍‌ ପାର୍ଟକୁ ପୁରୁଷ ପୋଲିସ ଗୋଇଠା ମଧ୍ୟ ମାରିଥିଲେ। କିଛି ସମୟ ପରେ ଆଇଆଇସି ଆସି ତାଙ୍କ ପ୍ୟାଣ୍ଟ ଖସାଇ ଦେଇଥିଲେ। ଏହାପରେ ଆଇଆଇସି ନିଜର ଗୁପ୍ତାଙ୍ଗ ଦେଖାଇ କେତେ ଥର ନେଲା ପରେ ଚୁପ୍‌ ରହିବୁ ବୋଲି କହିଥିବା ଅଙ୍କିତା କହିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଅଙ୍କିତା କହିଛନ୍ତି, ରାତି ଗୋଟାଏ ସମୟରେ ସେ ତାଙ୍କ ରେଷ୍ଟୁରାଣ୍ଟ ବନ୍ଦ କରି ଗୁରୁଭନ୍ସଙ୍କ ସହ ଘରକୁ ଫେରୁଥିଲେ। ତେବେ ଅଧା ରାସ୍ତାରେ କେତେଜଣ ବ୍ୟକ୍ତି ଗାଡ଼ି ଅଟକାଇ ଯୁକ୍ତିତର୍କ କରିଥିଲେ। ସେମାନଙ୍କ କବଳରୁ ବାହାରି ଅଭିଯୋଗ କରିବା ପାଇଁ ଭରତପୁର ଥାନାରେ ପହଞ୍ଚତ୍ଥିଲେ। ସେତେବେଳେ ଥାନା ଅଭ୍ୟର୍ଥନା କକ୍ଷରେ ଜଣେ ମହିଳା କନଷ୍ଟେବଲ ବସିଥିଲେ। ସେ ସେତେବେଳେ ୟୁନିଫର୍ମରେ ନ ଥିଲେ, ନାଇଟ୍‌ ପିନ୍ଧି ବସିଥିଲେ। ତାଙ୍କ ଛଡ଼ା ଆଉ କୌଣସି ପୋଲିସ କର୍ମଚାରୀ ନ ଥିଲେ। ତେଣୁ ସମ୍ପୃକ୍ତ ମହିଳା କନଷ୍ଟେବଲଙ୍କୁ ଏଫ୍‌ଆଇଆର୍‌ ରୁଜୁ କରିବା ପାଇଁ ଅନୁରୋଧ କରିଥିଲେ। ହେଲେ ସେ ଏଫ୍‌ଆଇଆର୍‌ ଲଜ୍‌ କରିବା ବଦଳରେ ଗାଳି ଦେଇଥିଲେ ବୋଲି ପୀଡ଼ିତା କହିଛନ୍ତି। ମହିଳା କନଷ୍ଟେବଲ ଗାଳିଦେବାର କିଛି ସମୟ ପରେ ଏକ ପାଟ୍ରୋଲିଂ ଗାଡ଼ି ଥାନାରେ ପହଞ୍ଚତ୍ଥିଲା। ସେଥିରେ ଥିବା ମହିଳା ଓ ପୁରୁଷ କର୍ମଚାରୀମାନେ ଏଫ୍‌ଆଇଆ୍‌ର ଲେଖିବା ପାଇଁ ମେଜର ଗୁରୁଭନ୍ସଙ୍କୁ କହିଥିଲେ। ଗୁରୁଭନ୍ସ ଅଭିଯୋଗ ଲେଖିବା ପାଇଁ ରାଜି ହୋଇଥିଲେ। କିନ୍ତୁ ସେଠାରେ କ’ଣ ହେଲା ସେମାନେ ତାଙ୍କୁ କଷ୍ଟୋଡିରେ ରଖିଲେ। ଏହାକୁ ଅଙ୍କିତା ପ୍ରତିବାଦ କରିଥିଲେ। ଜଣେ ଆର୍ମି ଅଫିସରଙ୍କୁ କଷ୍ଟୋଡିରେ ରଖିପାରିବ ନାହିଁ, ଏହା ଆଇନ ବିରୋଧୀ ବୋଲି କହିଥିଲେ। ଠିକ୍‌ ସେତିକି ବେଳେ ୨ ଜଣ ମହିଳା ପୋଲିସ ଅଫିସର ତାଙ୍କ ଚୁଟି ଧରି ମାଡ଼ ମାରିଥିଲେ। ଏହାକୁ ଯେତେ ପ୍ରତିବାଦ କରିଥିଲେ ସୁଦ୍ଧା ସେମାନେ ଶୁଣି ନ ଥିଲେ। ସେମାନଙ୍କ ଭିତରୁ ଜଣେ ମହିଳା କନଷ୍ଟେବଲ ଅଙ୍କିତାଙ୍କ ଗଳା ଚିପିଦେବାକୁ ଉଦ୍ୟମ କରୁଥିବାବେଳେ ନିଜକୁ ବଞ୍ଚାଇବାକୁ ସେ ତାଙ୍କ ହାତକୁ କାମୁଡ଼ି ଦେଇଥିଲେ। ତା’ପରେ ସେମାନେ ଅଙ୍କିତାଙ୍କ ଜାକେଟ୍‌ରେ ପଛ ପାର୍ଶ୍ୱରେ ହାତକୁ ବାନ୍ଧି ଦେଇଥିଲେ। ଜଣେ କନଷ୍ଟେବଲଙ୍କ ସ୍କ୍ରାପ୍‌ରେ ତାଙ୍କ ଗୋଡ଼କୁ ବାନ୍ଧିଦେଇ ଲକ୍‌ଅପ୍‌ ପକାଇ ଦେଇଥିଲେ। ଲକ୍‌ଅପ୍‌ରେ ରହିବାର କିଛି ସମୟ ପରେ ଜଣେ ପୁରୁଷ ଅଫିସର ଆସିଥିଲେ। ସେ ତାଙ୍କ ଅନ୍ତର୍ବସ୍ତ୍ର ଖୋଲି ତାଙ୍କ ପ୍ରାଇଭେଟ୍‌ ପାର୍ଟକୁ ଗୋଇଠା ପରେ ଗୋଇଠା ମାରି ଚାଲିଥିଲେ। କିଛି ସମୟ ପରେ ଆଇଆଇସି ଆସି ତାଙ୍କ ପ୍ୟାଣ୍ଟ ଖସାଇ ଦେଇ ନିଜର ଗୁପ୍ତାଙ୍ଗ ଦେଖାଇ କେତେ ଥର ନେଲା ପରେ ଚୁପ୍‌ ରହିବୁ ବୋଲି କହିଥିଲେ। ସେତେବେଳେ ସହଯୋଗ ପାଇଁ ବଡ଼ ପାଟିରେ ଚିତ୍କାର କରୁଥିଲେ ସୁଦ୍ଧା କେହି କିଛି ଶୁଣି ନ ଥିଲେ ବୋଲି ଅଙ୍କିତା କହିଛନ୍ତି। ଅଙ୍କିତାଙ୍କ ଏଭଳି ବୟାନ ଶୁଣିବା ପରେ ଚାରିଆଡୁ ପୋଲିସ ବିଭାଗକୁ ସମସ୍ତେ ନିନ୍ଦା କରିବାରେ ଲାଗିଛନ୍ତି। କିପରି ଜଣେ ପୋଲିସ ଅଧିକାରୀ ଏଭଳି ବ୍ୟବହାର ଦେଖାଇପାରିଲେ ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତୁରନ୍ତ ସେହି ପୋଲିସ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଚାକିରିରୁ ବରଖାସ୍ତ କରାଯିବା ସହ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅନେକେ ସାମାଜିକ ଗଣମାଧ୍ୟମରେ ମତ ରଖିଛନ୍ତି।

 

Enter your email to get our daily news in your inbox.


Enter your email to get our daily news in your inbox.

All Right Reserved By Dharitri.Com

‘ବ୍ୟାଙ୍କରୁ ସୁଭଦ୍ରା ଟଙ୍କା ନ ଉଠାଇଲେ ସରକାର…’, ଜାଣନ୍ତୁ କ’ଣ କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୯: ସୁଭଦ୍ରାକୁ ନେଇ ଭ୍ରମିତ ନହେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସେ କହିଛନ୍ତି, ସୁଭଦ୍ରାକୁ ନେଇ ଅନେକ ଗୁଜବ ସୃଷ୍ଟି କରାଯାଉଛି, ଭ୍ରମିତ ହୁଅନ୍ତୁନି।...

ଭରତପୁର ଥାନା ଘଟଣା: ସାମ୍ନାକୁ ଆସିଲା ବଡ଼ ପ୍ରମାଣ , କ’ଣ ହୋଇଥିଲା ସେ ରାତିରେ… 

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଦନ ଗଡ଼ିବା ସହ ନୂଆନୂଆ ତଥ୍ୟ...

ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ମୁହଁଖୋଲିଲେ ପିସିସିଏଫ: କହିଲେ…

ଭୁବନେଶ୍ୱର,୨୦।୯: ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ବାଳ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅପ୍ରାକୃତିକ ମୃତ୍ୟୁ ହୋଇଛି, ଆତ୍ମହତ୍ୟା ଅଭିଯୋଗରେ ତଦନ୍ତ ଚାଲିଛି।...

ରେଡ୍‌ ଡଟ୍‌ ହେଲ୍‌ଥ ସହ ଉତ୍କଳ ହସ୍ପିଟାଲର ବୁଝାମଣା

ଭୁବନେଶ୍ୱର,୨୦।୯ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ଏବଂ ରେଡ୍‌ ଡଟ୍‌ ହେଲ୍‌ଥ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ...

ନବୀନଙ୍କ କଥାରେ ଚିହିଁକି ଉଠିଲେ ସୁରେଶ ପୂଜାରୀ: କହିଲେ ଶହେ ଦିନର ସରକାରକୁ…

ଭୁବନେଶ୍ୱର,୨୦।୯: ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କଲେ ମନ୍ତ୍ରୀ ସୁରେଶ ପୂଜାରୀ। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ...

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା: ମୁହଁ ଖୋଲିଲେ ନବୀନ, କହିଲେ….

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri