Categories: ଜାତୀୟ

ତାମିଲନାଡୁ ପରେ କେରଳରେ ଦିଦିଙ୍କ ପୋଷ୍ଟର

ଥିରୁଭାନନ୍ତପୁରମ,୭ ।୮: ତାମିଲନାଡୁ ପରେ ଏବେ କେରଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ପୋଷ୍ଟରରେ ଏକ ସ୍ଲୋଗାନ ଲେଖାଯାଇଛି । ‘ଦିଦିଙ୍କୁ ବାଛନ୍ତୁ ଦେଶ ବଞ୍ଚାନ୍ତୁ, ଦିଲ୍ଲୀ ଚଲୋ’ । ଏମିତି ପୋଷ୍ଟର ୭୦ ଦଶକରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ପାଇଁ ବି ଲେଖାଯାଇଥିଲା । ଶାସକ ବାମ ଦଳ ଥିବା ରାଜ୍ୟରେ ମମତାଙ୍କ ପୋଷ୍ଟର ଲାଗିବା ଏକ ନୂଆ ଦୃଶ୍ୟ ବୋଲି କୁହାଯାଉଛି । କାରଣ ସେ ବାମପନ୍ଥି ବିଚାରଧାରାର ଖୁବ୍ ବିରୋଧି । ଏହାସହ ପଶ୍ଚିମବଙ୍ଗରେ ୩୪ ବର୍ଷ ପୁରୁଣା ଲାଲ ଶାସନକୁ ବାହାର କରି ତ୍ରୁଣ ମୂଳ କଂଗ୍ରେସକୁ ଶାସନ ଭାର ଦେଇଥିଲେ । ଉକ୍ତ ପୋଷ୍ଟରକୁ ନେଇ କେରଳର ଜଣେ ବରିଷ୍ଠ ଖବରଦାତା କହିଛନ୍ତି ଏହା ମମତାଙ୍କ ପ୍ରଭାବର ଏକ ଉଦାହରଣ ଭାବେ ଗ୍ରହଣ କରାଯାଇପାରେ ।

Share