Categories: ବାଣିଜ୍ୟ

ଟିସିଏସ୍‌-ଇନ୍‌ଫୋସିସ୍‌ ପରେ କର୍ମଚାରୀଙ୍କୁ ଅଫିସ ଡାକିଲା ଓ୍ବିପ୍ରୋ, ନ ଆସିଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୭।୧୧: ଭାରତର ଶୀର୍ଷ ସଫ୍ଟଓ୍ବେର କମ୍ପାନୀ ମଧ୍ୟରେ ଗଣା ‘ଓ୍ବିପ୍ରୋ’ ଏହାର କର୍ମଚାରୀଙ୍କ ଲାଗି ହାଇବ୍ରିଡ୍‌ ଓ୍ବାର୍କ ପଲିସି ଆରମ୍ଭ କରିଛି। ଏହି ନୂଆ ନିୟମ ଅନୁଯାୟୀ କମ୍ପାନୀର କର୍ମଚାରୀଙ୍କୁ ପ୍ରତି ସପ୍ତାହରେ ଅତିକମ୍‌ରେ ୩ ଦିନ ଅଫିସରୁ କାମ କରିବାକୁ ହେବ। ୧୫ ନଭେମ୍ବର ୨୦୨୩ରୁ ଏହା ଲାଗୁ ହେବ।

ତେବେ ଟିସିଏସ୍‌ ଏବଂ ଇନ୍‌ଫୋସିସ୍‌ ସହ ପ୍ରମୁଖ ଆଇଟି କମ୍ପାନୀ ମଧ୍ୟରେ ବଢ଼ୁଥିବା ଟ୍ରେଣ୍ଡକୁ ନଜରରେ ରଖି ଓ୍ବିପ୍ରୋ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ଟିମ୍‌ର କାମ ସହ ବ୍ୟକ୍ତିଗତସ୍ତରରେ ଆଲୋଚନା ବୃଦ୍ଧି ପାଇବ ବୋଲି କମ୍ପାନୀ ଆଶା ରଖିଛି। ଯଦି କୌଣସି କର୍ମଚାରୀ ନିୟମ ପାଳନ ନ କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମ୍ପାନୀ ସ୍ପଷ୍ଟ କରିଛି।

Share