Posted inଫୁରସତ

ଦୁର୍ଘଟଣା ପରେ ପୂରା କଲେ ସ୍ବପ୍ନ

ଅଷ୍ଟିନ: ନିଜ ସ୍ବପ୍ନକୁ ପୂରା କରିବାକୁ ଲୋକେ ଅନେକ ବାଧାବିଘ୍ନକୁ ଖାତିର କରି ନ ଥାନ୍ତି। ତାହାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ଗାଲ୍‌ଭେଷ୍ଟେନ ବାସିନ୍ଦା ୧୯ ବର୍ଷୀୟ ଜିଦ୍‌ ଗାର୍ସିଆଙ୍କ ସହ ଏକ ଦୁର୍ଘଟଣା ଘଟିଥିଲା। ତାଙ୍କ ଘରେ ମହମବତିରୁ ନିଅଁା ଲାଗିଯାଇଥିଲା। ସେ ସେହି ସମୟରେ କମ୍ବଳ ଘୋଡ଼ି ହୋଇ ଶୋଇଥିଲେ। ଘରେ ନିଅଁା ଜଳି ତାଙ୍କ କମ୍ବଳରେ ଲାଗିଯିବାରୁ ତାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ଅଂଶ ପୋଡିଯାଇଥିଲା। ସେଥିରେ ତାଙ୍କ ଚେହେରା ପୂରା ବିଗିଡ଼ି ଯାଇଥିଲା। ଦୁର୍ଘଟଣାରେ ତାଙ୍କ ଦୃଷ୍ଟିଶକ୍ତି ମଧ୍ୟ ଚାଲିଯାଇଛି। ତାଙ୍କର ଏପରି ଦୁର୍ଘଟଣା ପରେ ସେ ଅତ୍ୟନ୍ତ ଭାଙ୍ଗି ପଡ଼ିଥିଲେ। ପରେ ସେ ନିଜକୁ ସମ୍ଭାଳିବା ସହ ତାଙ୍କର ଏହି ପରିସ୍ଥିତିକୁ ସାମ୍ନା କଲେ ଏବଂ ନିଜ ସ୍ବପ୍ନକୁ ସାକାର କଲେ। ତେବେ ଏବେ ସେ ଜଣେ ପୋଲିସ ଅଫିସର। ଗାର୍ସିଆ ୧୦ ବର୍ଷ ବୟସରେ ପୋଲିସ ଅଫିସର ହେବାକୁ ସ୍ବପ୍ନ ଦେଖିଥିଲେ। ୨୦୧୫ରେ ଗାର୍ସିଆଙ୍କ ସହିତ ଏପରି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଗାର୍ସିଆଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା। ସେଠାରେ ତାଙ୍କୁ ଏକ ନୂଆ ଜୀବନ ମିଳିଲା। ଦୁର୍ଘଟଣାରେ ଆଖି ନଷ୍ଟ ହୋଇଯିବାରୁ ସେ ଏକ ନେତ୍ରହୀନ ସ୍କୁଲରେ ପାଠ ପଢିଲେ। ଗାର୍ସିଆ ଆଉ କେବେ କଥା କହିପାରିବେନି କି ଚାଲିପାରିବେନି ବୋଲି ଚିକିତ୍ସା ସମୟରେ ଡାକ୍ତର କହିଥିଲେ। ହେଲେ ସେ ଏବେ ଚାଲିବା ସହିତ କଥା ମଧ୍ୟ କହିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ଏହି ଗ୍ରାମ: ପ୍ରତି ଘରେ ଆଇଏଏସ୍‌, ଆଇପିଏସ୍‌

ଲକ୍ଷ୍ନୌ:ସମ୍ପ୍ରତି ସରକାରୀ ଚାକିରି ପାଇବା ଅନେକଙ୍କ ପାଇଁ କାଠିକର ହୋଇପଡ଼ିଛି। ଆଇଏଏସ୍‌ ଏବଂ ଆଇପିଏସ୍‌ ହେବାକୁ ବହୁ ଛାତ୍ରୀଛାତ୍ର ସ୍ବପ୍ନ ଦେଖୁଥିଲେ ମଧ୍ୟ ପ୍ରତିଯୋଗିତାର ସ୍ତର...

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri