ପିସିସି କମିଟି ଘୋଷଣା ପରେ ଅସନ୍ତୋଷ ପ୍ରକାଶ କଲେ ବିଧାୟକ ତାରା ପ୍ରସାଦ ବାହିନୀପତି

ଭୁବନେଶ୍ବର ୨୫।୪: ପିସିସି କମିଟି ଘୋଷଣା ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅସନ୍ତୋଷ ପ୍ରକାଶ କରିଛନ୍ତି । ବାହିନୀପତି କହିଛନ୍ତି, ମୋତେ କି ମୋ ପରିବାର କାହାକୁ ପଦ ପଦବୀର ଆବଶ୍ୟକତା ନାହିଁ । କାହା ଦୟାରେ କ’ଣ ଉପସଭାପତି ହେବି ? କାହାକୁ ପଦବୀ ପାଇଁ ଅନୁରୋଧ କରିନି, ପଦବୀ ଦେଇଥିବାରୁ ଧନ୍ୟବାଦ ।
ଇସ୍ତଫା ଦେବି ନା ନାହିଁ ତାହା ପରେ ବିଚାର କରିବି । ମୁଁ ମୋ ନିର୍ବାଚନ ମଣ୍ଡଳୀରେ ସମୟ ଦେବାକୁ ଚାହେଁ। ଦଳ ଯେଉଁ ଦାୟିତ୍ୱ ଦେବ ତାହା ପୂରଣ କରି ପାରିବିନି । ପଦ ନେଇ କାମ ନ କଲେ ଅସୁନ୍ଦର। ଗୋଟିଏ ଘରୁ ୫ ଜଣଙ୍କୁ ପଦବୀ ଦେବେ ଯଦି ଦିଅନ୍ତୁ । ବାଛି ବାଛି ଲୋକଙ୍କୁ କମିଟିରେ ସ୍ଥାନ ଦିଆଯାଇଛି । ଏମାନେ ୯ ରୁ୯୦ ଆଣିବେ । ଶରତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ କି ବିଜୟ ପଟ୍ଟନାୟକ ହେବେ ତାହା ଜାଣିନାହିଁ ବୋଲି ତାରା କହିଛନ୍ତି।

Share