କୋଲକାତା,୨୫ ।୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରେ ଚଢାଉ କରିଥିଲେ । ସେଠାରୁ ଇଡିକୁ ୨୦ କୋଟିରୁ ଅଧିକ ଟଙ୍କା ମିଳିଥିଲା । ଏହା ବ୍ୟତୀତ ଏମିତି କିଛି କାଗଜ ପତ୍ର ମିଳିଲା ଯେଉଁଥିରେ ବେଆଇନ କାରବାରର ପ୍ରମାଣ ରହିଛି । ଗୁରୂତ୍ୱପର୍ଣ୍ଣ କଥା ହେଲା ଅର୍ପିତା ଇଡିର ଅଧିକାରୀମାନଙ୍କ୍ୁ ଜବତ ଟଙ୍କା ସମ୍ପର୍କିତ ସଠିକ୍ ତଥ୍ୟ ଦେଇପାରି ନ ଥିଲେ । ଇଡି କହିଛି ଏହି ମାମଲାର ସିଧାସଳଖ ସମ୍ପର୍କ ପାର୍ଥ ଚାଟାର୍ଜୀଙ୍କ ସହ ରହିଛି । ଏହାପରେ ମମତା ସରକାରଙ୍କ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଇଡି ଗିରଫ କରିଛି । ଏହି ଗିରଫ ପୂର୍ବରୁ ପାର୍ଥ ଚାଟାର୍ଜୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୪ ଥର ଫୋନ କରିଥିଲେ, ହେଲେ ମମତା ଗୋଟିଏ ଥର ବି ତାଙ୍କ ଫୋନ ଉଠାଇ ନ ଥିବା ସେ କହିଛନ୍ତି ।