ବିଧାନସଭା ପରେ ସମସ୍ତଙ୍କ ହେବ ଆର୍‌ଟିପିସିଆର ଟେଷ୍ଟ

ଭୁବନେଶ୍ୱର,୯।୧୨(ବୂ୍ୟରୋ): ବିଧାନସଭାରେ କୋଭିଡ ସଂକ୍ରମଣ ନେଇ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସେ କହିଛନ୍ତି, ବିଧାନସଭା ସଚିବଙ୍କ ସହ ଅନ୍ୟ ଦୁଇ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସଚିବଙ୍କ ସଂସ୍ପର୍ଶରେ ଆମେମାନେ ଆସିଥିବାରୁ ଆମର ଆଣ୍ଟିଜେନ ଟେଷ୍ଟ କରାଇଥିଲୁ । ମୋ ସମେତ ୬ ଜଣଙ୍କର ଆଣ୍ଟିଜେନ ଟେଷ୍ଟ ନେଗେଟିଭ୍‌ ଆସିଛି । ସଚିବଙ୍କ ସଂସ୍ପର୍ଶରେ ଅନ୍ୟ ଯେଉଁମାନେ ଆସିଛନ୍ତି ତାଙ୍କର ମଧ୍ୟ ଗୁରୁବାର ଅଣ୍ଟିଜେନ ଟେଷ୍ଟ କରାଯିବ । ବିଧାନସଭା ପରେ ସମସ୍ତଙ୍କର ଆର୍‌ଟିପିସିଆର ଟେଷ୍ଟ କରାଯିବ । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ସମସ୍ତ ବିଧାୟକଙ୍କୁ ବୁଷ୍ଟର ଡୋଜ ଦେବା ପାଇଁ ଆରଏମଆରସି ନିର୍ଦ୍ଦେଶିକାଙ୍କ ସହ ଫୋନ ଯୋଗେ ବାଚସ୍ପତି ଆଲୋଚନା କରିଛନ୍ତି।

Share