ଇସ୍ରାଏଲର ଦାବି- ଗାଜାରେ ବଢ଼ୁଛି ଏୟାରଷ୍ଟ୍ରାଇକ୍‌, ହମାସର ୪୦୦ରୁ ଅଧିକ ଆତଙ୍କବାଦୀ ମୃତ

ଜେରୁଜେଲମ,୮।୧୦: ହମାସ୍‌ର ଆକ୍ରମଣ ପରେ ଇସ୍ରାଏଲ୍‌ ପକ୍ଷରୁ ଯୁଦ୍ଧ ଆରମ୍ଭ ହୋଇଛି। ଗାଜା ଷ୍ଟ୍ରିପ୍‌ରେ ହମାସ ବିଦ୍ରୋହୀଙ୍କ ଭିତ୍ତିଭୂମି ଭାଙ୍ଗିବାକୁ ଏୟାର ଷ୍ଟ୍ରାଇକ୍‌ ହେଉଛି। ଏଯାବତ ଇସ୍ରାଏଲ ସେନା ୫୦୦ରୁ ଅଧିକ ଆକ୍ରମଣ କରି ୪୦୦ରୁ ଅଧିକ ହମାସ ଯୋଦ୍ଧାଙ୍କୁ ହତ୍ୟା କରିଛି। ଏଥିସହ ଶହ ଶହ ଲୋକଙ୍କୁ ବନ୍ଦୀ କରାଯାଇଛି ବୋଲି ଇସ୍ରାଏଲ ଦାବି କରିଛି।

ଆମେରିକାରେ ଥିବା ଇସ୍ରାଏଲ ଦୂତାବାସ ସୂଚନା ଦେଇଛି , ‘ହମାସ ୧୦୦ ଇସ୍ରାଏଲ ନାଗରିକଙ୍କୁ ଅପହରଣ କରିଛି। ସେମାନଙ୍କ ମଧ୍ୟରେ ଇସ୍ରାଏଲର ସୈନିକ ମଧ୍ୟ ଅଛନ୍ତି। ’ଅପରପକ୍ଷେ ଗାଜା ଷ୍ଟ୍ରିପରୁ୨୦ କିମି ଦୂରରେ ଥିବା ଓଫାକିମ୍‌ ବାସିନ୍ଦାଙ୍କୁ ସେମାନଙ୍କ ଘରେ ରହିବାକୁ ଏବଂ କବାଟ ବନ୍ଦ ରଖିବାକୁ କୁହାଯାଇଛି। ଆତଙ୍କବାଦୀମାନେ ସହରରେ ବୁଲୁଥିବାରୁ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

Share