ବେଲଜିୟମ ପରାଜୟ ପରେ ହିଂସାକାଣ୍ଡ…

ବ୍ରୁସେଲ୍ସ ,୨୮।୧୧ : କତାରରେ ଚାଲିଥିବା ଫିଫା ବିଶ୍ୱକପ ମ୍ୟାଚରେ ରବିବାର ବେଲଜିୟମ ଉପରେ ମୋରୋକୋର ବିଜୟ ପରେ ହିଂସା କାଣ୍ଡ ଆରମ୍ଭ ହୋଇଥିଲା। ଏହା ପରେ ବେଲଜିୟମ ପୋଲିସ ଏକ ଡଜନ ଲୋକଙ୍କୁ ଅଟକ ରଖି ଜଣଙ୍କୁ ଗିରଫ କରିଥିଲା। ଏଥି ସହିତ ବିକ୍ଷୋଭକାରୀମାନେ ବ୍ରୁସେଲ୍ସର ଏକ କାର ଏବଂ କିଛି ବୈଦ୍ୟୁତିକ ସ୍କୁଟରରେ ନିଆଁ ଲଗାଇ ଦେଇଥିଲେ।

ବେଲଜିୟମର ରାଜଧାନୀର ଅନେକ ସ୍ଥାନରେ ଫୁଟବଲ ପ୍ରଶଂସକଙ୍କ ସହ ଦଙ୍ଗା ଆରମ୍ଭ ହୋଇଥିଲା। ସେମାନଙ୍କ ମଧ୍ୟରୁ କେତେକ ମୋରୋକୋ ପତାକା ଧରିଥିଲେ। କରିଥିଲେ। ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପାଣି ଏବଂ ଲୁହବୁହା ଗ୍ୟାସ ସେଲ ଗୁଳି ଚଳାଇଥିଲା।

Share