ବୋମାମାଡ଼ ପରେ ପେଟ୍ରୋଲ ଢ଼ାଳି ଜାଳି ଦେଇଥିଲେ କାର: ଧରାପଡ଼ିଲେ ୪ କୁଖ୍ୟାତ ଅପରାଧୀ

ଦିଗପହଣ୍ଡି,୧୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଏବଂ ଦିଗପହଣ୍ଡି ଅଞ୍ଚଳରେ ଗତ କିଛିଦିନ ହେଲା ଆତଙ୍କ ଚଳାଇଥିବା ଅପରାଧି ଗ୍ୟାଙ୍ଗର ୪ ଯୁବକଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଦିଗପହଣ୍ଡି ମୁକ୍ତେଶର ମନ୍ଦିର କେନାଲ ସାହିରେ ରହୁଥିବା ପଦ୍ମନାଭପୁର ଗ୍ରାମର ଅଜିତ ସେଠୀ ଓରଫ ବଳିଆ, ଦିଗପହଣ୍ଡି ଥାନା ବନ୍ଥପଲ୍ଲି ନିକଟ ଚାଞ୍ଚଡାପଲ୍ଲି ଗ୍ରାମର ପରେଶ ଲେଙ୍କା ଓରଫ ପପୁ, ବନ୍ଥପଲ୍ଲି ଗ୍ରାମର ନନ୍ଦନ ବେହେରା ଏବଂ ବ୍ରହ୍ମପୁର ସଦରଥାନା ସୁକୁଣ୍ଡା ଗ୍ରାମର ରାକେଶ ପାଢ଼ୀ।

ମିଳିଥିବା ସୂଚନା ମୁତାବକ, ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଦିଗପହଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର, ଏସ୍‌ଆଇ ଜ୍ୟୋତି ରଞ୍ଜନ ବେହେରା, ସୋଫିଆ ମିଶ୍ର ପ୍ରମୁଖ ପାଟ୍ରୋଲିଂ କରୁଥିଲେ। ସେତିକିବେଳେ ଗ୍ୟାଙ୍ଗ ଲିଡର ସନ୍ତୋଷ ଗୌଡ଼ଙ୍କ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତମାନେ ଏକ ବଡ଼ ଧରଣର ଅପରାଧ ଘଟାଇବା ପାଇଁ ଦିଗପହଣ୍ଡି ରାସ୍ତାରେ ଆସୁଥିବା ପୋଲିସକୁ ଖବର ମିଳିଥିଲା। ପୋଲିସ ଟିମ୍‌ ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟରାସ୍ତାର ମହୁରୀ କାଳୁଆ ଛକରେ ଜଗି ରହିଥିଲା। ସେତିକିବେଳେ ପୋଲିସ କର୍ମଚାରୀ ସେମାନଙ୍କୁ ଅଟକାଇ ଧରିବାରେ ସଫଳ ହୋଇଥିଲେ। ପୋଲିସ ସେମାନଙ୍କ ନିକଟରୁ ଏକ ଜୀବନ୍ତ ବୋମା, ୨ଟି ବାଇକ୍‌ ସହ ୩ଟି ମୋବାଇଲ ଫୋନ ଜବତ କରିଥିଲା। ଏନେଇ ପୋଲିସ ଏକ ମାମଲା(ନଂ.୪୨୦/୨୪) ରୁଜୁ କରି ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଗିରଫ ସମସ୍ତ ଅଭିଯୁକ୍ତମାନଙ୍କୁ ଦିଗପହଣ୍ଡି ସବ୍‌ ଜେଲ ହାଜତକୁ ପଠାଇ ଦିଆଯାଇଛି।

ପୋଲିସ ପୂର୍ବରୁ ଏହି ମାମଲାରେ ସମ୍ପୃକ୍ତ ଥିବା ଗୋଳନ୍ଥରା ଥାନା ହଳଦିଆ ପଦର ଗ୍ରାମରେ ରହୁଥିବା କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଚନ୍ଦନପୁର ଗ୍ରାମର ଶୁଭେନ୍ଦୁ କୁମାର ନାୟକ, ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ବିକାଶ ବିଷୋୟୀ, ଗୋଳନ୍ଥରା ଥାନା ହଳଦିଆପଦର ଗ୍ରାମର ଚନ୍ଦନ କୁମାର ସେଠୀ ଏବଂ ବ୍ରହ୍ମପୁର ନିମଖଣ୍ଡି ଥାନା ବ୍ରଜନଗର ଦ୍ୱିତୀୟ ଲେନ୍‌ରେ ରହୁଥିବା ବ୍ରହ୍ମପୁର ସଦର ଥାନା ଲାଠି ଗ୍ରାମର ଶୁଭମ ରାଉଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତମାନଙ୍କ ନାଁରେ ଦିଗପହଣ୍ଡି, କେ.ନୂଆଗାଁ, ବ୍ରହ୍ମପୁର ସଦର, ବ୍ରହ୍ମପୁର ବୈଦ୍ୟନାଥପୁର ଏବଂ ବ୍ରହ୍ମପୁର ଟାଉନ ଥାନାରେ ବହୁ ସଙ୍ଗୀନ ମାମଲା ରହିଛି।

ସୂଚନା ଯୋଗ୍ୟ, ଗତ ଅକ୍ଟୋବର ୨୬ ତାରିଖ ସନ୍ଧ୍ୟାରେ ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତାରେ ଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀ ଶାଖା କାର୍ଯ୍ୟାଳୟ ନିକଟରେ କୁଶପଡ଼ା ଗ୍ରାମର ଗାଡ଼ି ଚାଳକ ଶତ୍ରୁଘ୍ନ ବିଷୋୟୀଙ୍କୁ ଲକ୍ଷ୍ୟ କରି ଲଗାତାର ୨ଟି ହାତ ବୋମା ଫିଙ୍ଗି ଥିଲେ। ଶତ୍ରୁଘ୍ନ ଦୌଡ଼ି ପଳାଇଥିବା ବେଳେ ନିକଟରେ ଠିଆ ହୋଇ ଫୋନରେ କଥା ହେଉଥିବା ଫାଇନାନ୍ସ କର୍ମଚାରୀ ସୁନୀଲ କୁମାର ନାୟକ ଆହାତ ହୋଇଥିଲେ। ଏପରିକି ରାସ୍ତାକଡରେ ଥିବା ଏକ ଥର୍‌ ଜିପ୍‌ କ୍ଷତିଗ୍ରସ୍ତ ହୋଇଥିଲା।

ଦିଗପହଣ୍ଡି ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ବୋମା ଟୁକୁରା, ବୋମାରେ ବ୍ୟବହୃତ ଲୁହା କଣ୍ଟା, ଲୁହା ବଲ୍ସ, ଗୋଡ଼ି ଆଦି ଜବତ କରିଥିଲା।

ଗତ ଅକ୍ଟୋବର ୨୮ ତାରିଖ ରାତିରେ ୨ଟି କାରରେ ବ୍ରହ୍ମପୁର ସଦର ଥାନା ଦକ୍ଷିଣପୁର ଗ୍ରାମର ଗ୍ୟାଙ୍ଗ ଲିଡର ସନ୍ତୋଷ ଗୌଡ଼, ଅଜିତ ଓରଫ ବଳିଆ ସେଠୀ, କାହ୍ନା ସେଠୀ, ପପୁ ଲେଙ୍କା, ନନ୍ଦନ ବେହେରା, ରାକେଶ ସାହୁ, କାଳିଆ ସେଠୀ, ଜଗନ ସେଠୀ, ଚନ୍ଦନ ମହାନ୍ତି, ଶୁଭେନ୍ଦୁ କୁମାର ନାୟକ, ଚନ୍ଦନ କୁମାର ସେଠୀ, ବିକାଶ ବିଷୋୟୀ, ଶୁଭମ ରାଉଳ ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମର ଗାଡ଼ି ଚାଳକ ଧନୁ ଗୌଡ଼ଙ୍କ ଘର ସମ୍ମୁଖରେ ପହଞ୍ଚି ତାଙ୍କୁ ହତ୍ୟା ଧମକ ଦେବାସହ ବୋମାମାଡ଼ କରି କିଛି ଆସବାବ ପତ୍ର ପୋଡ଼ିଦେଇଥିଲେ। ପରେ ତାଙ୍କ ପୁଅଙ୍କ ଦୋକାନ ସମ୍ମୁଖରେ ଥିବା ମହିନ୍ଦ୍ରା ଏକ୍ସୟୁଭି ୫୦୦କାର(ନଂ.ଓଡ଼ି୦୫ଏଏକ୍ସ – ୪୧୬୫)ରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ପୂର୍ବରୁ ତାଙ୍କର ଏକ ବାଇକ୍‌କୁ ଜାଳି ଦେବା ପାଇଁ ଉଦ୍ୟମ କରିଥିଲେ। ସେଥିରେ ସଫଳ ହୋଇ ନ ଥିଲେ।

ଦିଗପହଣ୍ଡିର ରାଜୁ ପାତ୍ର ଏବଂ ଦକ୍ଷିଣପୁର ଗ୍ରାମର ସନ୍ତୋଷ ଗୌଡ଼ ୨ ଜଣ ଭିନ୍ନ ଅପରାଧି ଗୋଷ୍ଠୀର ଗ୍ୟାଙ୍ଗ ଲିଡର। ସେମାନେ ଅପରାଧ ସାମ୍ରାଜ୍ୟକୁ ବିସ୍ତାର ପାଇଁ ବିଭିନ୍ନ ଅଞ୍ଚଳର ଅପରାଧିଙ୍କ ସହ ଯୋଗାଯୋଗ ରଖି ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାସହ ଆବଶ୍ୟକ ସମୟରେ ସେମାନଙ୍କୁ ବ୍ୟବହାର କରିଥାନ୍ତି। ଜଳି ଯାଇଥିବା ମହିନ୍ଦ୍ର ଏକ୍ସୟୁଭି କାରକୁ ପାଖରେ ରଖିଥିବା ପାଟପୁର ଥାନା କଂସାମାରି ଗ୍ରାମର ମୁନା ଦୋରାଙ୍କ ସାଙ୍ଗ ହେଲେ ରାଜୁ ପାତ୍ର। ସେ ତାଙ୍କୁ ବିଭିନ୍ନ ସମୟରେ କାର ଦେଉଥିବାରୁ ଅନ୍ୟ ପ୍ରତିପକ୍ଷ ଗୋଷ୍ଠୀର ଅପରାଧିମାନେ କ୍ଷୁବ୍ଧ ଥିଲେ ବୋଲି ଅଭିଯୁକ୍ତମାନେ ପୋଲିସ ନିକଟରେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri