ମୁମ୍ବାଇ,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ରଦ୍ଦ ହେବା ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ଏହା ପ୍ରତ୍ୟକ୍ଷ ଭାବେ ଗଣତନ୍ତ୍ରର ହତ୍ୟା। ଶୁକ୍ରବାର ରାହୁଲଙ୍କ ସଦସ୍ୟତା ରଦ୍ଦ କରାଯାଇଛି। ଚୋରକୁ ଚୋର କହିବା ଆମ ଦେଶରେ ଏକ ଅପରାଧ ହୋଇସାରିଛି। ଚୋର ଏବଂ ଡକାୟତମାନେ ଏବେ ବି ଖୁଲମ୍ଖୁଲ୍ଲା ମୁକ୍ତ ଭାବେ ବୁଲୁଛନ୍ତି କିନ୍ତୁ ରାହୁଲ ଗାନ୍ଧୀଙ୍କୁ ଦଣ୍ଡ ଦିଆଯାଇଛି। ଏହା ଗଣତନ୍ତ୍ରର ସିଧାସଳଖ ହତ୍ୟା ବୋଲି ଉଦ୍ଧବ ଠାକ୍ରେ କହିଛନ୍ତି। ସମସ୍ତ ସରକାରୀ ଯନ୍ତ୍ର ଚାପରେ ରହିଛନ୍ତି। ଏହା ଏକଛତ୍ରବାଦୀ ଶାସନର ସମାପ୍ତିର ଆରମ୍ଭ। ବର୍ତ୍ତମାନ ଲଢ଼େଇକୁ ଉପଯୁକ୍ତ ଦିଗ ଦେବାକୁ ପଡ଼ିବ ବୋଲି ଠାକ୍ରେ କହିଛନ୍ତି।
Posted inଜାତୀୟ