ଗୃହଯୁଦ୍ଧ ଟଳିବା ପରେ ପୁଣି ୟୁକ୍ରେନର ୨ଟି ସହରକୁ ମିସାଇଲ ମାଡ କଲା ଋଷ, ୪ମୃତ

ମସ୍କୋ,୨୮।୬:ଓ୍ବାଗନ ଗୋଷ୍ଠୀ ସହ ଋଷ ସେନାର ଗୃହଯୁଦ୍ଧ ଥମିବା ପରେ ପୁଣି ୟୁକ୍ରେନକୁ ଟାର୍ଗେଟ କରିଛି ମସ୍କୋ । ମଙ୍ଗଳବାର ସଂଧ୍ୟାରେ ଋଷ ସୈନ୍ୟ ୟୁକ୍ରେନର ଦୁଇଟି ସହର ଉପରେ ଜୋରଦାର ମିସାଇଲ ମାଡ କରିଛନ୍ତି। ଲଗାତାର ମିସାଇଲ ମାଡ଼ରେ ଥରି ଉଠିଛି ପୂର୍ବ ୟୁକ୍ରେନର କ୍ରାମାଟୋର୍ସ୍କ ସହର। ଜନଗହଳି ସ୍ଥାନରେ ବାଲଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଛି ଋଷିଆ। ଏଥିରେ ଜଣେ ଛୋଟ ପିଲା ସମେତ ୪ଜଣଙ୍କ ମୃତ୍ୟୁ ହୋଇଛି । ମିସାଇଲ ମାଡରେ ଅନେକ ଲୋକ ଆହତ ହୋଇଛନ୍ତି ବୋଲି ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନାମୁତାବକ, ଗୋଟିଏ ମିସାଇଲ ସହର ଭିତରେ ମାଡ କରାଯାଇଥିବାବେଳେ ଦ୍ବିତୀୟ ମିସାଇଲ ସହର ବାହାର ଅଞ୍ଚଳରେ ମାଡ଼ ହୋଇଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Share