କ୍ରିକେଟ ପଡ଼ିଆ ପରେ ଏବେ ଫିଲ୍ମ ଦୁନିଆରେ ପାଦ ଦେବେ ଧୋନୀ…

ନୂଆଦିଲ୍ଲୀ,୧୬।୧୦ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି! କ୍ରିକେଟ ପଡ଼ିଆରେ ନିଜର ସଫଳତା ଦେଖାଇବା ପରେ ବର୍ତ୍ତମାନ କ୍ୟାପଟେନ କୁଲ ଅଭିନୟ ଜଗତରେ ପାଦ ଦେବାକୁ ଯାଉଛନ୍ତି। ହଁ, ପ୍ରଶଂସକମାନେ ଧୋନୀଙ୍କୁ ବଡ଼ ପରଦାରେ ଦେଖିପାରିବେ । ଖବର ଅନୁଯାୟୀ ମହେନ୍ଦ୍ର ସିଂ ଧୋନୀ ର୍ନିମାତା ଭାବରେ ତାଙ୍କ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ ସେ ତାଙ୍କ ଫିଲ୍ମରେ ବଲିଉଡ ଅଭିନେତାଙ୍କ ବଦଳରେ ଦକ୍ଷିଣ କଳାକାରଙ୍କୁ ନେବାକୁ ଯାଉଛନ୍ତି।

ଧୋନୀ ତାଙ୍କ ଚଳଚ୍ଚିତ୍ର ସାଉଥ ଇଣ୍ଡଷ୍ଟ୍ରିରୁ ଡେବ୍ୟୁ କରିବେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହେନ୍ଦ୍ର ସିଂ ଧୋନୀ ଦକ୍ଷିଣ ଭାରତୀୟ ସିନେମାର ଦୁଇ ବଡ ତାରକାଙ୍କ ସହ ଫିଲ୍ମ କରିବାକୁ ପ୍ରସ୍ତୁତ ହେଉଛନ୍ତି। ତାଙ୍କର ପ୍ରଥମ ପ୍ରୋଜେକ୍ଟରେ ଦକ୍ଷିଣର ସୁପରଷ୍ଟାର ଅଭିନେତା ଥାଲାପତି ବିଜୟ ଏବଂ ମହେଶ ବାବୁଙ୍କୁ କାଷ୍ଟ କରିବାକୁ ଯୋଜନା କରିଛନ୍ତି। ଧୋନୀ ଜଣେ ନିର୍ମାତା ଭାବରେ ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଅଭିନେତା ପ୍ରୀତିରାଜ ସୁକୁମାରନ ଏବଂ ତାଙ୍କ ଚଳଚ୍ଚିତ୍ରରେ କନ୍ନଡ ଇଣ୍ଡଷ୍ଟ୍ରିର କିଚା ସୁଦୀପଙ୍କୁ କାଷ୍ଟ କରିବା ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି।

ପୂର୍ବରୁ ଧୋନୀ ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ଦକ୍ଷିଣ ଅଭିନେତ୍ରୀ ନୟନତାରାଙ୍କୁ ମଧ୍ୟ କାଷ୍ଟ କରିବେ ବୋଲି ଖବର ଆସିଥିଲ। ଧୋନୀଙ୍କ ଆଇପିଏଲ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ସହ ଜଡିତ ଏକ ସୂତ୍ରରୁ ପ୍ରକାଶ ଯେ ମାହି ନିଜେ ମଧ୍ୟ ଥାଲାପତି ବିଜୟଙ୍କ ଫିଲ୍ମରେ କେମିୟୋ କରୁଥିବା ଦେଖିବାକୁ ମିଳିବ। ଧୋନିଙ୍କୁ ପରଦାରେ ଦେଖିବା ପାଇଁ ପ୍ରଶଂସକଙ୍କ ପାଇଁ ଏକ ସ୍ବପ୍ନ ଭଳି ହେବ!

ଧୋନୀଙ୍କର ଏକ ପ୍ରଡକ୍ସନ ହାଉସ ଅଛି, ଯାହାର ନାମ ଏମଏସ ଧୋନୀ ଏଣ୍ଟରଟେନମେଣ୍ଟ । ତାଙ୍କ ସହିତ ଏହି ପ୍ରଡକ୍ସନ ହାଉସ ତାଙ୍କ ସ୍ତ୍ରୀ ସାକ୍ଷୀ ମଧ୍ୟ ପରିଚାଳନା କରନ୍ତି। ସୂଚନା ଅନୁଯାୟୀ ଚେନ୍ନାଇରେ ଏହାର ନୂତନ କାର୍ଯ୍ୟାଳୟ ନିର୍ମାଣ କରାଯାଉଛି। ଏହି ପ୍ରଡକ୍ସନ ହାଉସରୁ ରୋର ଅଫ୍‌ ଲାୟନ, ଦ ହିଡେନ ହିନ୍ଦୁ ଏବଂ ବ୍ଲେଜ ଟୁ ଗ୍ଲୋରୀ ଭଳି ତିନୋଟି ଛୋଟ ବଜେଟ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି।