ବରଗଡ଼ ଅଫିସ୍,୮।୭- ବରଗଡ଼ ଜିଲାରେ ବୁଧବାର ପୁଣି ଜଣେ କରୋନା(କୋଭିଡ୍-୧୯) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ଅତାବିରା ବ୍ଲକ୍ ଅଧୀନ କୁଲୁଣ୍ଡା ଗ୍ରାମର ଜଣେ ମହିଳା। ଭୁବନେଶ୍ୱରସ୍ଥିତ ଏମ୍ସରେ ଚିକିତ୍ସାଧୀନ ଥିବା ତଥା ପୂର୍ବରୁ କରୋନାରେ ସଂକ୍ରମିତ ନିଜ ଝିଅ ସଂସ୍ପର୍ଶରେ ଆସି ସେ କରୋନା ଆକ୍ରାନ୍ତ ହୋଇଥିବା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି। ଏହାକୁ ମିଶାଇ ଅତାବିରା ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି । ସେହିପରି ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୭ରେ ପହଞ୍ଚିଛି । ଅନ୍ୟପଟେ ବୁଧବାର ବରଗଡ଼ ଜିଲାର କଟାପାଲି ଗ୍ରାମର ୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦାଶ ସୂଚନା ଦେଇଛନ୍ତି।