ସ୍ବାମୀଙ୍କ ମୃତ୍ୟୁର ୪୮ ଘଣ୍ଟା ପୂରିନି, ସ୍ତ୍ରୀ ଚାଲିଗଲେ

ପୁରୀ ଅଫିସ,୨୩।୯: ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କର ଗତ ରବିବାର ସକାଳେ ପରଲୋକ ହୋଇଥିଲା। ପ୍ରେମାନନ୍ଦଙ୍କ ମୃତ୍ୟୁର ୪୮ ଘଣ୍ଟା ପୂରିନି ତାଙ୍କ ସ୍ତ୍ରୀ ବିନୋଦିନୀ ଦାସମହାପାତ୍ରଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିନୋଦିନୀଙ୍କର ୫୭ବର୍ଷ ବୟସରେ ପରଲୋକ ହୋଇଯାଇଛି। ଅସୁସ୍ଥତା ଯୋଗୁ କିଛିଦିନ ହେଲା ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଆଗପଛ ହୋଇ ସ୍ବାମୀ, ସ୍ତ୍ରୀଙ୍କ ଦେହାନ୍ତ ଖବର ଶୋକର ଛାୟା ଖେଳାଇ ଦେଇଛି। ସେବାୟତ ମହଲରେ ଏହି ଦୁଃଖଦ ଘଟଣା ସମସ୍ତଙ୍କୁ ମ୍ରିୟମାଣ କରିଦେଇଛି।