ମା’ ବାପାଙ୍କ ମୃତ୍ୟୁ ପରେ ସାହାରା ଖୋଜୁଛନ୍ତି କବିତା

ଦେଓଗାଁ, ୪ା୧୦(ଡି.ଏନ.ଏ.): ପାଠପଢି ମଣିଷ ହେବି । ଏହିଭଳି ଉଚ୍ଚାଭିଳାଶ ରଖିଥିବା କବିତା ନାଗ ଏବେ ମା’, ବାପାଙ୍କୁ ହରାଇ ନିରାଶ୍ରୟ ହୋଇପଡିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଦେଷଣ୍ଡ ପଞ୍ଚାୟତ ଅନ୍ତର୍ଗତ ବରଘାଟି ଗ୍ରାମରେ। ଦୁଃଖୁ ନାଗ ଓ ବାସନ୍ତୀ ନାଗଙ୍କ ୧୫ବର୍ଷର ଝିଅ କବିତା ବର୍ତ୍ତମାନ ଝାଟିମାଟି ନଡାଛପର ଘରେ ଅନିଶ୍ଚିତତା ଜୀବନ ଜୀଉଁଛନ୍ତି। ସାହିପଡିଶାଙ୍କ ସାହାରାରେ ତାଙ୍କ ଜୀବନ ବିତୁଛି। ମା’ବାପା ଛେଉଣ୍ଡ କବିତାଙ୍କ ଲାଳନ ପାଳନ ପାଇଁ ଥିବା ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଝିଅ କବିତା ଓ ସ୍ତ୍ରୀ ବାସନ୍ତୀଙ୍କୁ ନେଇ ଦୁଃଖୁ ନାଗଙ୍କର ଥିଲା ପରିବାର। ଝିଅ ୭ବର୍ଷର ହୋଇଥିବା ବେଳେ ମୂଲ ମଜୁରି କରି ଘର ଚଳାଉଥିବା ଦୁଃଖୁ ୨୦୧୪ ମାର୍ଚ୍ଚ ୨୭ରେ ଆରପାରିକୁ ଚାଲିଗଲେ। କୁନିଝିଅକୁ ଧରି ବାସନ୍ତୀ ବଡକଷ୍ଟରେ ପରିବାରର ପ୍ରତିପୋଷଣ କରୁଥିଲେ। ତେବେ ୨୦୨୨ ସେପ୍ଟେମ୍ବର ୨୬ତାରିଖରେ ବାସନ୍ତୀଙ୍କ ପରଲୋକ ହୋଇଗଲା। ଏକମାତ୍ର ଝିଅ କବିତା ଏବେ ଅନାଥ ହୋଇ ଯାଇଛନ୍ତି। ଅଦ୍ୟାବଧି ତାଙ୍କୁ କୌଣସି ସରକାରୀ ସହାୟତା ମିଳି ପାରିନାହିଁ।

Share