ଉଦ୍ୟୋଗପତିଙ୍କ ମୃତ୍ୟୁ ପରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ପାଇଁ ୮ କୋଟିର ଟେଣ୍ଡର…

ଅହମଦାବାଦ,୨୬।୧୦ : ୱାଘ ବକରି ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପରାଗ ଦେଶାଇଙ୍କ ବୋପଲ ବାସଭବନ ନିକଟରେ ବୁଲାକୁକୁର ଆକ୍ରମଣରେ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଗୁଜରାଟର ଅହମଦାବାଦ ମ୍ୟୁନିସିପାଲିଟି କର୍ପୋରେଶନ (ଏଏମସି) ବୁଲା କୁକୁରମାନଙ୍କର ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସକ୍ରିୟ ହୋଇଛି। ଏନେଇ ମ୍ୟୁନିସିପାଲିଟି କର୍ପୋରେଶନ ଏକ କୁକୁରଙ୍କ ବନ୍ଧ୍ୟାକରଣ ଅଭିଯାନ ଆରମ୍ଭ କରୁଛି। ଏଥିପାଇଁ ୮ କୋଟି ଟଙ୍କାର ଟେଣ୍ଡର ଜାରି କରାଯାଇଛି।

କର୍ପୋରେଶନ ଅଧିକାରୀଙ୍କ ଅନୁଯାୟୀ, ଏଏମସିର ଗାଈଗୋରୁ ନିୟନ୍ତ୍ରଣ ଏବଂ ବୁଲା କୁକୁରମାନଙ୍କର ବନ୍ଧ୍ୟାକରଣ ଅଭିଯାନ ଆଗେଇ ଚାଲିଛି। ଏହି କାର୍ଯ୍ୟ ୨୫ ଅକ୍ଟୋବରରେ ଆରମ୍ଭ ହୋଇଛି। ବୋପଲରୁ ଘୁମା ପର୍ଯ୍ୟନ୍ତ ପ୍ରାୟ ୨୦୦ ବୁଲା କୁକୁର ଚିହ୍ନଟ କରିବା ପରେ ଏହି ପଦକ୍ଷେପ ନିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଅଭିଯାନ ଅନ୍ତର୍ଗତ ପ୍ରାୟ ୪୦ କୁକୁର ନିରାକରଣ ପାଇଁ ଧରାପଡିଛନ୍ତି।

ଏଏମସି ଏହି ଅଭିଯାନରେ ବେସରକାରୀ ସଂଗଠନ (ଏନଜିଓ) ସହ ସହଯୋଗ ବୃଦ୍ଧି କରିବା ଲକ୍ଷ୍ୟରେ ୮ କୋଟି ଟଙ୍କା ମୂଲ୍ୟର ଟେଣ୍ଡର ଜାରି କରିଛି ବୋଲି ଅଧିକାରୀମାନେ କହିଛନ୍ତି। ବନ୍ଧ୍ୟାକରଣ ଅଭିଯାନର ପୂର୍ବ ରିପୋର୍ଟ ଅନୁସାରେ ୨୦୨୦ରୁ ୨୦୨୩ ପର୍ଯ୍ୟନ୍ତ, ୯୮,୩୩୩ କୁକୁରଙ୍କ ବନ୍ଧ୍ୟାକରଣ ୯.୧୧ କୋଟି ଟଙ୍କାରେ କରାଯାଇଥିଲା। ଚଳିତ ବର୍ଷ, ୨.୫୩ କୋଟି ଟଙ୍କା ବ୍ୟୟରେ ୧୦ମାସ ମଧ୍ୟରେ ୨୫,୯୯୩ କୁକୁରଙ୍କର ବନ୍ଧ୍ୟାକରଣ କରାଯାଇଛି।

ବର୍ତ୍ତମାନ ଚାରିଟି ଏନଜିଓ ଏହି ବନ୍ଧ୍ୟାକରଣ ମିଶନ ପାଇଁ ମ୍ୟୁନିସିପାଲିଟି କର୍ପୋରେଶନ ସହିତ ସହଭାଗିତାରେ ଅଛନ୍ତି। ପ୍ରତ୍ୟେକ କୁକୁରର ବନ୍ଧ୍ୟାକରଣ ପାଇଁ ଏଏମସି ୯୭୬.୫୦ ଟଙ୍କା ଦେଇଥାଏ । ୨୦୧୯-୨୦ ପରେ ଏଏମସିର ବନ୍ଧ୍ୟାକରଣ ଯୋଜନାରେ କୁକୁରମାନଙ୍କର ଆନୁମାନିକ ସଂଖ୍ୟା ପ୍ରାୟ ୩.୭୫ ଲକ୍ଷ ଆକଳନ କରାଯାଇଛି। କିନ୍ତୁ ରେକର୍ଡ ଦର୍ଶାଉଛି ଏପର୍ଯ୍ୟନ୍ତ କେବଳ ୧.୫ ଲକ୍ଷ କୁକୁରଙ୍କର ବନ୍ଧ୍ୟାକରଣ କରାଯାଇଛି। ଏହି ପଦକ୍ଷେପରେ ସକ୍ରିୟ ଥିବା ଚାରିଟି ଏନଜିଓ ହେଉଛନ୍ତି ପିପୁଲ ଫର୍‌ ଆନିମଲ୍ସ, ଗୋଲ ଫାଉଣ୍ଡେଶନ, ୟଶ ଡୋମେଷ୍ଟିକ ରିସର୍ଚ୍ଚ ସେଣ୍ଟର ଏବଂ ସଂସ୍କାର ଏଜୁକେଶନ ଟ୍ରଷ୍ଟ।

ସହରର ବିଭିନ୍ନ ଅଞ୍ଚଳରେ ଏସବୁ ଏନଜିଓ କାର୍ଯ୍ୟ କରୁଛନ୍ତି। ପିପୁଲ ଫର୍‌ ଆନିମଲ ଉତ୍ତର ପଶ୍ଚିମ ଏବଂ ପଶ୍ଚିମ ଅଞ୍ଚଳରେ କାର୍ଯ୍ୟ କରୁଥିବାବେଳେ ଗୋଲ ଫାଉଣ୍ଡେଶନ ଦକ୍ଷିଣ ପଶ୍ଚିମ ଅଞ୍ଚଳ ଉପରେ ଧ୍ୟାନ ଦେଇଥାଏ । ୟଶ ଡୋମେଷ୍ଟିକ ରିସର୍ଚ୍ଚ ସେଣ୍ଟର ଉତ୍ତର ଏବଂ ପୂର୍ବ ଅଞ୍ଚଳକୁ ନିୟନ୍ତ୍ରଣ କରିଥାଏ ଏବଂ ସଂସ୍କାର ଏଜୁକେଶନ ଟ୍ରଷ୍ଟ ଦକ୍ଷିଣ ଓ ମଧ୍ୟ ଅଞ୍ଚଳରେ କାର୍ଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri