ପଶୁମାନେ ମନୁଷ୍ୟର ଭାବନାକୁ ସହଜରେ ବୁଝିପାରନ୍ତି। ସେଥିପାଇଁ ସେମାନେ ମଣିଷର ବନ୍ଧୁ ହୁଅନ୍ତି। ସେମାନେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଏହି ବନ୍ଧୁତା ବଜାୟ ରଖନ୍ତି। ଜୁନାଗଡ଼ର ବିସାବଦରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ବିସାବଦରର ଜଣେ କୃଷକ ତାଙ୍କ ବଳଦକୁ ବହୁତ ଭଲ ପାଉଥିଲେ। ଏହି ବଳଦ ତାଙ୍କୁ ଦୀର୍ଘ ୨୨ ବର୍ଷ ଧରି ଚାଷକାର୍ଯ୍ୟରେ ସାହାଯ୍ୟ କରୁଥିଲା। ଏହିପରି ଭାବରେ କୃଷକ ଏବଂ ବଳଦ ମଧ୍ୟରେ ଏକ ଅନନ୍ୟ ଭାବପ୍ରବଣତା ସୃଷ୍ଟି ହୋଇଥିଲା। ତେଣୁ ଯେତେବେଳେ ଏହି ବଳଦ ମରିଗଲା, କୃଷକ ଜଣକ ହିନ୍ଦୁ ରୀତିନୀତି ଅନୁଯାୟୀ ତା’ର ଅନ୍ତିମ ସଂସ୍କାର କରିଛନ୍ତି।
ନାଗଡ଼ର ବିସାବଦର ତହସିଲର ନାଭାନିଆ ଗ୍ରାମରେ ରହୁଥିବା ସଞ୍ଜୟ ଭାଇ ବ୍ୟବସାୟ କରନ୍ତି। ସେ ତାଙ୍କର ୧୨ ଏକର ଜମିରେ ଚାଷକାର୍ଯ୍ୟ କରନ୍ତି।
ଏହା ବ୍ୟତୀତ ତାଙ୍କର ୧୨ରୁ ଅଧିକ ଗୋରୁ ଅଛନ୍ତି। ପରିବାର ସଦସ୍ୟ ପରି ସେ ପ୍ରତ୍ୟେକ ପ୍ରାଣୀଙ୍କର ଯତ୍ନ ନିଅନ୍ତି। ଏହି ପ୍ରାଣୀମାନଙ୍କ ମଧ୍ୟରେ ତାଙ୍କର ଏକ ବଳଦ ମଧ୍ୟ ଥିଲା, ଯାହା ତାଙ୍କୁ ଗତ ୨୨ ବର୍ଷ ଧରି ଚାଷକାର୍ଯ୍ୟରେ ସାହାଯ୍ୟ କରିଆସୁଥିଲା।
ସଞ୍ଜୟ ଏହି ବଳଦକୁ ପରିବାର ସଦସ୍ୟ ପରି ବଢ଼ାଇଥିଲେ। ଯେତେବେଳେ ଏହି ବଳଦର ମୃତ୍ୟୁ ହେଲା ସଞ୍ଜୟ ଏହାକୁ ସମାଧି ଦେଇଥିଲେ। ଯେମିତି ପରିବାରର କେହି ସଦସ୍ୟଙ୍କର ମୃତ୍ୟୁ ହେଲେ ଯାହା ସବୁ ରୀତିନୀତି ପାଳନ ହୁଏ ସଞ୍ଜୟ ବଳଦ ପାଇଁ ଠିକ୍ ସେମିତି ସବୁ କରିଥିଲେ।
ସଞ୍ଜୟ କୁହନ୍ତି, ମୁଁ ପ୍ରାଣୀମାନଙ୍କୁ ମୋ’ ପରିବାରର ସଦସ୍ୟ ପରି ବ୍ୟବହାର କରେ। କାରଣ ମୋ’ ପରିବାର ସେହି ପ୍ରାଣୀମାନଙ୍କ ମାଧ୍ୟମରେ ରୁହନ୍ତି। ତେଣୁ ବର୍ତ୍ତମାନ ମୋର ୧୦ରୁ ଅଧିକ ଗୋରୁ ଅଛନ୍ତି। ମୁଁ ଏହି ଗୋରୁଙ୍କର ଯତ୍ନ ନେଉଛି। ଯାହା ଦ୍ୱାରା କି ସେମାନେ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି।