ପୁଣେ,୧୮।୧୧: ସ୍ତ୍ରୀଙ୍କ ମୃତ୍ୟୁରେ ଭାଙ୍ଗିପଡ଼ି ସ୍ବାମୀ ବିଷ ପିଇ ଆତ୍ମହତ୍ୟା କରିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ପୁଣେସ୍ଥିତ ଜୁନାର ଅଞ୍ଚଳରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ମୁତାବକ, ନଭେମ୍ବର ୧୪ ତାରିଖରେ ରମେଶ ନିଜ ଗର୍ଭବତୀ ସ୍ତ୍ରୀ ଓ ଶାଶୁଙ୍କୁ ଏକ ବାଇକ୍ରେ ମେଡିକାଲ ଯାଉଥିଲେ। ହେଲେ ବାଟରେ ଏକ ଟ୍ରାକ୍ଟର ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ରମେଶଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ରମେଶ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଏଥିରେ ସେ ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀ ମୃତ୍ୟୁର ୩ ଦିନ ପରେ ଗୁରୁବାର ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିିଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।