ସ୍ତ୍ରୀଙ୍କ ମୃତ୍ୟୁ ପରେ ଜୀବନ ହାରିଦେଲେ ସ୍ବାମୀ

ବଲାଙ୍ଗୀର ଅଫିସ,୧୫ା୫: ସ୍ତ୍ରୀଙ୍କର ମୃତ୍ୟୁ ପରେ ସ୍ବାମୀ ଜୀବନ ହାରିଦେବା ପରି ଘଟଣା ବଲାଙ୍ଗୀର ଜିଲାର କଣ୍ଟାବାଞ୍ଜି ଥାନା ଦାବରୀ ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସ୍ତ୍ରୀ ଚନ୍ଦ୍ରକଳାଙ୍କ ମୃତ୍ୟୁ ପରେ ନିଜ ଚାଷଜମିରେ ଥିବା ଏକ ଗଛରେ ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା କରିଛନ୍ତି ଗୋଧନ ମଲ୍ଲିକ। ଚନ୍ଦ୍ରକଳା କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ସ୍ତ୍ରୀଙ୍କ ମୃତ୍ୟୁକୁ ସହ୍ୟ କରି ନ ପାରି ରବିବାର ରାତିରେ ଗୋଧନ ଆତ୍ମହତ୍ୟା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋଧନଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି। ଗୋଧନଙ୍କର ଜଣ ୧୪ ବର୍ଷୀୟା ଝିଅ ଅଛନ୍ତି।

Share