ବିଜେଡିର ପରାଜୟ ପରେ ମୁହଁ ଖୋଲିଲେ ପ୍ରଦୀପ ମାଝି, କହିଲେ ଆମେ…

ଭୁବନେଶ୍ୱର,୮ା୬: ବିଜେଡିର ଶୋଚନୀୟ ପରାଜୟକୁ ନେଇ ପ୍ରଦୀପ ମାଝି ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଆମେ ଯେପରି ଲଢ଼ିଥିଲୁ ଆଶାତୀତ ନ ଥିଲା। ଆମେ ଡିଫେନ୍ସିଭ ହୋଇ ନିର୍ବାଚନ ଲଢ଼ିଲୁ। ନବୀନଙ୍କୁ କାଉଣ୍ଟର କଲାଭଳି ଭାଜପା ପାଖରେ କୌଣସି ନ୍ୟାରେଟିଭ୍‌ ନାହିଁ। ବିଗତ ନିର୍ବାଚନରେ ନବୀନଙ୍କୁ କାଉଣ୍ଟର କରି ଭାଜପା ବିଫଳ ହୋଇଥିଲା। ଏଥର ଟାର୍ଗେଟ ଖୋଜି ସଫଳ ହେଲା।

ସେହିପରି ପ୍ରଦୀପ କହିଛନ୍ତି, ମାଗଣା ବିଜୁଳି ଘୋଷଣା ବହୁ ବିଳମ୍ବ ହୋଇଯାଇଥିଲା। ଛତିଶଗଡ଼ ପ୍ରଭାବ ପଡ଼ିବ ବୋଲି ପୂର୍ବରୁ ଆକଳନ କରାଯାଇଥିଲା। ଯଦି ପଦକ୍ଷେପ ନିଆଯାଇଥା’ନ୍ତା ସୀମାନ୍ତ ଅଞ୍ଚଳରେ ପ୍ରଭାବ ପଡ଼ିଥାନ୍ତା। ଅନ୍ୟପକ୍ଷରେ ୨୦୦୯, ୨୦୧୪, ୨୦୧୯ରେ କେନ୍ଦ୍ର ଅବହେଳା, ମହାନଦୀ ପ୍ରସଙ୍ଗ ଉଠାଇ ଆମେ ସଫଳ ହୋଇଥିଲୁ। ଏଥର ନିର୍ବାଚନରେ ସେଭଳି କିଛି କରିପାରିଲୁନାହିଁ ବୋଲି ପ୍ରଦୀପ ତାଙ୍କ ମୁହଁରେ ସ୍ବୀକାର କରିଛନ୍ତି।

Share