ଶେଖ ହାସିନା ଯିବା ପରେ କାଙ୍ଗାଳ ହେଉଛି ବାଂଲାଦେଶ, ସମ୍ଭାଳି ପାରୁ ନାହଁାନ୍ତି ୟୁନୁସ ସରକାର

ଢାକା/ନୂଆଦିଲ୍ଲୀ,୧୩।୯: ଶେଖ ହାସିନା ସରକାର ଭାଙ୍ଗିବା ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ସର୍ବଦା କମ୍‌ ହେବାରେ ଲାଗିଛି। ବାଂଲାଦେଶର ମହମ୍ମଦ ୟୁନୁସ ସରକାର କ୍ରମାଗତ ଭାବରେ ଭାରତ ବିରୋଧୀ ବିବୃତ୍ତି ଦେଉଛନ୍ତି। ବୋଧହୁଏ ବାଂଲାଦେଶକୁ ମଧ୍ୟ ଏହାର ପରିଣାମ ଭୋଗିବାକୁ ପଡିବ। ଏଥିରୁ ଜଣାପଡୁଛି ଯେ କେବଳ ଦିଲ୍ଲୀ ଏବଂ ଢାକା ମଧ୍ୟରେ କୂଟନୈତିକ ସମ୍ପର୍କ ନୁହେଁ, ଦୁଇ ଦେଶ ମଧ୍ୟରେ ଲୋକଙ୍କ ସମ୍ପର୍କ ମଧ୍ୟ ଖରାପ ହୋଇଯାଇଛି। ଆମେ ଏପରି ଦାବି କରୁନାହୁଁ । ଦୁଇ ଦେଶ ମଧ୍ୟରେ ସର୍ବଶେଷ ଟ୍ରାଭେଲ ବା ଭ୍ରମଣ ଆକଳନ ଏହି ଦିଗକୁ ସୂଚାଉଛି । ବାଂଲାଦେଶ ଟ୍ରିବ୍ୟୁନର ଖବର ଅନୁଯାୟୀ ଦୁଇ ଦେଶ ମଧ୍ୟରେ ବିମାନ ଯାତ୍ରା ତଥ୍ୟ ଦର୍ଶାଉଛି ଯେ ଏହା ୭୦ ପ୍ରତିଶତ ହ୍ରାସ ପାଇଛି।
ଦୁଇ ଦେଶ ମଧ୍ୟରେ ବିମାନ ଯାତ୍ରା ଉପରେ କାର୍ଯ୍ୟ କରୁଥିବା ବିମାନ କମ୍ପାନୀଗୁଡିକର ଅବସ୍ଥା ଏତେ ଖରାପ ହୋଇଯାଇଛି ଯେ ସେମାନେ ଏହି ମାର୍ଗରେ କାର୍ଯ୍ୟ ହ୍ରାସ କରିବାକୁ ଚିନ୍ତା କରୁଛନ୍ତି। ମହମ୍ମଦ ୟୁନୁସଙ୍କ ସରକାର ଯୋଗୁଁ ଦେଶ ସ୍ଥିର ନୁହେଁ ବୋଲି କହିବା ଭୁଲ ହେବ ନାହିଁ। ତେବେ ବାଂଲାଦେଶ କହିଛି ଯେ ଏହା ପଛରେ ଗୋଟିଏ କାରଣ ହେଉଛି ଶେଖ ହାସିନା ସରକାରଙ୍କ ପତନ ପରେ ଭିସା ସେବାକୁ ସ୍ଥଗିତ ରଖିବା। ବାଂଲାଦେଶର ଲୋକମାନେ ଚାହିଁଲେ ମଧ୍ୟ ଭାରତ ଆସିପାରିବେ ନାହିଁ। ଭାରତ ଏହି ସେବାଗୁଡିକୁ ପୁନଃ ସ୍ଥାପିତ କରିଥିଲା କିନ୍ତୁ ସରକାର ବର୍ତ୍ତମାନ ବାଂଲାଦେଶବାସୀଙ୍କୁ କେବଳ ମେଡିକାଲ ଗ୍ରାଉଣ୍ଡ ଏବଂ ଷ୍ଟୁଡେଣ୍ଟ ଭିସା ପ୍ରଦାନ କରୁଛନ୍ତି।
ହିଂସାତ୍ମକ ବିରୋଧ ମଧ୍ୟରେ ଭାରତ ସରକାର ପୂର୍ବରୁ ନିଜ ଲୋକଙ୍କୁ ବାଂଲାଦେଶ ନ ଯିବାକୁ ପରାମର୍ଶ ଦେଇଥିଲେ। ବାଂଲାଦେଶର ପରିସ୍ଥିତି ନିୟନ୍ତ୍ରଣକୁ ଆସିଥାଇପାରେ, କିନ୍ତୁ ବର୍ତ୍ତମାନର ପରିବେଶରେ ଭାରତର ଲୋକମାନେ ବାଂଲାଦେଶ ଯିବାକୁ ଅଧିକ ଆଗ୍ରହ ଦେଖାଉ ନାହାଁନ୍ତି। ବାଂଲାଦେଶର ଲୋକମାନେ ପର୍ଯ୍ୟଟନ ଭିସା ନେଇ ଏଠାକୁ ଆସିପାରିବେ ନାହିଁ ଏବଂ ଭାରତୀୟ ଲୋକମାନେ ସେଠାକୁ ଯିବାକୁ ଚାହାଁନ୍ତି ନାହିଁ। ଏଭଳି ପରିସ୍ଥିତିରେ ବାଂଲାଦେଶ ଏହି କାରଣରୁ ଆର୍ଥିକ କ୍ଷତି ସହିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦେଶ ଗୋଟିଏ ନିର୍ବାଚନ: ୧୫ ବିରୋଧୀ ଦଳ କହିଲେ ଅସମ୍ଭବ

ନୂଆଦିଲ୍ଲୀ,୧୮ା୯: କଂଗ୍ରେସ ନେତୃତ୍ୱରେ ୧୫ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟ୍ ପୂର୍ବତନ...

ଦେଶର ସର୍ବକନିଷ୍ଠ ମହିଳା ମୁଖ୍ୟମନ୍ତ୍ରୀ ହେବେ ଆତିଶୀ, ତାଲିକାରେ ଓଡ଼ିଶାର ଥିଲେ…

ନୂଆଦିଲ୍ଲୀ,୧୮।୯: ଅରବିନ୍ଦ କେଜରିଓ୍ବାଲଙ୍କ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆତିଶୀ। ତେବେ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀଙ୍କ ନାଁକୁ ମଞ୍ଜୁର ଦିଆଯାଇଛି ଯିଏକି ରାଜଧାନୀ ଦିଲ୍ଲୀର ଶୀର୍ଷ...

ମୋଦିଙ୍କ ପ୍ରସ୍ତାବକୁ ଖୋଲାଖୋଲି ସମର୍ଥନ କଲେ ମାୟାବତୀ-ଅଖିଳେଶ, କଂଗ୍ରେସର ବଢିଲା ହାର୍ଟବିଟ୍‌

ନୂଆଦିଲ୍ଲୀ,୧୮।୯: ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟିର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମୋଦି କ୍ୟାବିନେଟର ନିଷ୍ପତ୍ତିକୁ ଦଳ ସମର୍ଥନ କରି କହିଛି ଯେ...

ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନରେ କ’ଣ ବଦଳିଯିବ ଜାଣନ୍ତୁ….

ନୂଆଦିଲ୍ଲୀ,୧୮ା୯: ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ କମିଟିର ପ୍ରସ୍ତାବକୁ ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଛି। ପୂର୍ବତନ ରାଷ୍ଟ୍ରପତିଙ୍କ...

ମୋଦି ସରକାରଙ୍କ ବଡ ଆକ୍ସନ, ଆଉ ଭାରତ ପାଣିରେ ମଉଜ କରିପାରିବନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୧୮।୯: ପାକିସ୍ତାନ ବର୍ଷ ବର୍ଷ ଧରି ଭାରତୀୟ ଜଳକୁ ଉପଭୋଗ କରିଆସୁଥିଲା, କିନ୍ତୁ ବର୍ତ୍ତମାନ ଏହି ଦିନ ପରିବର୍ତ୍ତନ ହେବାକୁ ଯାଉଛି। ଭାରତ ସରକାର ପାକିସ୍ତାନକୁ...

ଅଣ୍ଡର ଓ୍ବେୟାରକୁ ନେଇ ଏମିତି ଗାଇଡ ଲାଇନ ଜାରି କଳା ଏୟାର ଲାଇନ, ସାରା ବିଶ୍ୱରେ ହେଉଛି ଚର୍ଚ୍ଚା

ଓ୍ବାଶିଂଟନ, ୧୮।୯: ଆମେରିକାର ଡେଲଟା ଏୟାରଲାଇନ୍ସ ଅନ୍ତବସ୍ତ୍ର ବା ଅଣ୍ଡର ଓ୍ବେୟାରକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ଦୁଇ ପୃଷ୍ଠାର ଗାଇଡଲାଇନ ବାହାରିବା...

ଓ୍ବାନ ନେଶନ ଓ୍ବାନ ଇଲେକଶନକୁ ମୋଦି କ୍ୟାବିନେଟରେ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୧୮।୯: ଓ୍ବାନ ନେଶନ ଓ୍ବାନ ଇଲେକଶନର ଅର୍ଥ ହେଉଛି ଗୋଟିଏ ଦେଶ-ଗୋଟିଏ ନିର୍ବାଚନ। ଏହା ଏବେ ମୋଦି କ୍ୟାବିନେଟର ଅନୁମୋଦନ ଲାଭ କରିଛି। ବୁଧବାର (ସେପ୍ଟେମ୍ବର...

ମହିଳାଙ୍କୁ ପ୍ରତି ମାସରେ ୨ ହଜାର ଟଙ୍କା…, ଗରିବଙ୍କୁ ୧୦୦ ଗଜ ଜମି, ଜାଣନ୍ତୁ ଆଉ କ’ଣ ରହିଛି କଂଗ୍ରେସର ଘୋଷଣାପତ୍ରରେ

ଚଣ୍ଡିଗଡ଼,୧୮।୯: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବୁଧବାର ଦିଲ୍ଲୀର ଏଆଇସିସି ମୁଖ୍ୟାଳୟରେ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଦଳର ଗ୍ୟାରେଣ୍ଟି ଘୋଷଣା କରିଛନ୍ତି। ଏହି ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri