Categories: ଜାତୀୟ

ଅଟକ ପରେ ଅନଶନରେ ବସିଲେ ଶର୍ମିଲା

ହାଇଦ୍ରାବାଦ,୧୦ା୧୨: ଓ୍ବାଇଏସ୍‌ଆର୍‌ ତେଲଙ୍ଗାନା ପାର୍ଟି ଅଧ୍ୟକ୍ଷା ଓ୍ବାଇଏସ୍‌ ଶର୍ମିଲାଙ୍କୁ ଶୁକ୍ରବାର ପୋଲିସ ଅଟକ ରଖିବା ପରେ ସେ ଅନଶନରେ ବସିବା ସହ ରାଜ୍ୟରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଦାବି କରିଛନ୍ତି। ଓ୍ବାରାଙ୍ଗଲ୍‌ ପୋଲିସ ତାଙ୍କୁ ପଦଯାତ୍ରା ପାଇଁ ଅନୁମତି ନ ଦେବାରୁ ଶର୍ମିଲା ଟ୍ୟାଙ୍କ୍‌ ବୁନ୍ଦ୍‌ ଆମ୍ବେଡ୍‌କର ପ୍ରତିମୂର୍ତ୍ତି ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେ ହିଂସାକୁ ଉସୁକାଉଥିବା ଅଭିଯୋଗ ଆଣି ପୋଲିସ ତାଙ୍କୁ ଅଟକ ରଖିଥିଲା। ଶର୍ମିଲା ଅନଶନରେ ବସିବା ସହ ତାଙ୍କୁ ପଦଯାତ୍ରା ନିମନ୍ତେ ଅନୁମତି ଦେବାକୁ ଦାବି କରିଛନ୍ତି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ତାଙ୍କ ପଦଯାତ୍ରାକୁ ବନ୍ଦ କରିବା ଲାଗି ସମସ୍ତ ଉଦ୍ୟମ ଚଳାଇଛନ୍ତି। ତାଙ୍କ ବସ୍‌କୁ ଜାଳିଦିଆଯିବା ସହ ଦଳୀୟ କର୍ମୀମାନଙ୍କୁ ମାଡ଼ ମରାଗଲା ବୋଲି ଓ୍ବାଇଏସ୍‌ଆର୍‌ ତେଲଙ୍ଗାନା ପାର୍ଟି ନେତ୍ରୀ କହିଛନ୍ତି। ପଦଯାତ୍ରା ଲାଗି ଅଦାଲତ ଅନୁମତି ଦେବା ସତ୍ତ୍ୱେ ତାଙ୍କୁ ପୋଲିସ ଛାଡ଼ୁ ନ ଥିବା ଶର୍ମିଲା କହିଛନ୍ତି।

Share