ଆଲୋଚନା ପରେ ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର,୧୯।୮(ଅନୁରାଧା ମହାରଣା): ୩ଦିନ ଧରି ୫୦ହଜାରରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ, ଶିକ୍ଷକ ଓ ଶିକ୍ଷା କର୍ମଚାରୀ ନିଜର ଅଧିକାର ପାଇବା ପାଇଁ ରାଜଧାନୀର ରାଜରାସ୍ତାରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଦ୍ୟାଳୟ ଛାଡ଼ି ଶିକ୍ଷକ ରାଜରାସ୍ତାରେ ଶୋଉଥିବାବେଳେ ସରକାର ସେମାନଙ୍କ ଦାବିକୁ ଅଣଦେଖା କରୁଛନ୍ତି ବୋଲି ଆନ୍ଦୋଳନକାରୀ କହିଛନ୍ତି। ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଆହ୍ବାନରେ ଗାନ୍ଧିମାର୍ଗରେ ଚାଲିଥିବା ଅହୋରାତ୍ର ଗଣଧାରଣାରେ ହଜାର ହଜାର ଶିକ୍ଷକ ବର୍ଷାକୁ ଖାତିର ନକରି ଜମା ହୋଇଥିଲେ। ମାଷ୍ଟର କ୍ୟାଣ୍ଟିନ ଛକଠାରୁ ପିଏମଜି ପର୍ଯ୍ୟନ୍ତ ଶିକ୍ଷକମୟ ହୋଇଯାଇଥିଲା। ଶେଷରେ ସରକାରଙ୍କ ତରଫରୁ ଆଲୋଚନା ପାଇଁ ଡାକରା ଆସିବା ପରେ ସଂଗଠନର ସଭାପତି, କାର୍ଯ୍ୟକାରୀ ସଭାପତି, ସାଧାରଣ ସମ୍ପାଦକ, ଯୁଗ୍ମ ସାଧାରଣ ସମ୍ପାଦକ, କୋଷାଧ୍ୟକ୍ଷ ଯାଇଥିଲେ। ମୁଖ୍ୟ ଶାସନ ସଚିବ ଏବଂ ବିଭାଗୀୟ ସଚିବଙ୍କ ସହିତ ପୃଥକ ଆଲୋଚନା ହୋଇଥିଲା। ଆଲୋଚନାକୁ ସମ୍ମାନ ଜଣାଇ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି ମାତ୍ର ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ନ ଦେଲେ, ସପ୍ତମ ବେତନ କମିଶନ ପାଇବାରୁ ବଞ୍ଚତ୍ତ ବିଦ୍ୟାଳୟଗୁଡ଼ିକ ପାଇଁ ଏହା ଲାଗୁ ନ ହେଲେ, ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ କାଯର୍ର୍‌ୟରତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ପେନସନ୍‌ ତଥା ଚାକିରି ସର୍ତ୍ତାବଳୀ ନଦେଲେ, ସମସ୍ତ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକୁ ସରକାରୀକରଣ ନକଲେ, ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ସମସ୍ତ ଚୁକ୍ତି ଭିିକ ଶିକ୍ଷକଙ୍କୁ ୬ଟି ଇନକ୍ରିମେଣ୍ଟ ଦେବା ସହିତ ବରିଷ୍ଠତା ପ୍ରଦାନ ନକଲେ ଏହି ଆନ୍ଦୋଳନ ଚାଲିବ ବୋଲି ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ର କହିଛନ୍ତି। ସରକାର ଯେଉଁ ଶିକ୍ଷା ଓ ଶିକ୍ଷକ ମାରଣନୀତି ଆପଣେଇଛନ୍ତି ତାହା ବିରୋଧରେ ଶିକ୍ଷା ରଥ ବୁଲିବ। ଏଥିରୁ ସଂଗଠନ ହଟିବ ନାହିଁ ବୋଲି ଯୁଗ୍ମସାଧାରଣ ସମ୍ପାଦକ ବ୍ରଜକିଶୋର ବିଶ୍ୱାଳ କହିଛନ୍ତି। ସରକାର ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ସେପ୍ଟେମ୍ବର ୪ ତାରିଖ ପୂର୍ବରୁ ଆନ୍ତଃ ମନ୍ତ୍ରୀ ସ୍ତରୀୟ ବୈଠକ ବସି ନିଷ୍ପତ୍ତିି ନିଆ ନଯାଏ ଏବଂ ଦାବି ପୂରଣ ନହୁଏ ତେବେ ଗୁରୁ ଦିବସ ଦିନ ପୁଣି ଆନ୍ଦୋଳନ ଆରମ୍ଭ କରାଯିବ। ଅନ୍ୟପଟେ ସମସ୍ୟା ସମାଧାନର କ୍ଷେତ୍ର ପ୍ରସ୍ତୁତ ନହେବା ଦୁର୍ଭାଗ୍ୟଜନକ ବୋଲି ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ କହିଛନ୍ତି।

Share