ଅମୀରଙ୍କଠାରୁ ଛାଡ଼ପତ୍ର ପରେ ପ୍ରଥମଥର ମୁହଁ ଖୋଲିଲେ କିରଣ

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନଙ୍କ ଦ୍ୱିତୀୟ ସ୍ତ୍ରୀ କିରଣ ରାଓ ସ୍ବାମୀଙ୍କଠାରୁ ଅଲଗା ହେବା ପରେ ପ୍ରଥମଥର ମୁହଁ ଖୋଲିଛନ୍ତି। ତାଙ୍କ କଥା ଶୁଣି ପ୍ରଶଂସକମାନେ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ୨୦୦୫ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଅମୀର ଏବଂ କିରଣ ୨୦୨୧ରେ ଅଲଗା ହୋଇଥିଲେ।

ପରସ୍ପରଠାରୁ ଅଲଗା ହେବା ପରେ ମଧ୍ୟ ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଥିଲା। ବର୍ତ୍ତମାନ ପ୍ରଥମଥର ପାଇଁ କିରଣ ଅମୀରଙ୍କ ସହ ବିବାହ ବିଚ୍ଛେଦ ଉପରେ ନୀରବତା ଭାଙ୍ଗିଛନ୍ତି। ଏହାଦ୍ୱାରା ସେ ମାନସିକ ଆଘାତ ପାଇଥିବା ବି କହିଛନ୍ତି।

Share