ଛାଡପତ୍ର ପରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ନାଗା ଚୈତନ୍ୟ, ସାଉଥ୍‌ର ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ସହ ହେଲା ନିର୍ବନ୍ଧ

ମୁମ୍ବାଇ: ତେଲୁଗୁ ଅଭିନେତା ନାଗା ଚୈତନ୍ୟଙ୍କ ନିର୍ବନ୍ଧ ହୋଇଛି। ସାଉଥ୍‌ ଫିଲ୍ମର ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କ ସହ ତାଙ୍କ ନିର୍ବନ୍ଧ ଶେଷ ହୋଇଛି। ଆଉ ଖୁବ୍‌ଶୀଘ୍ର ତାଙ୍କର ବିବାହ ହେବାକୁ ଯାଉଛି। ଛାଡପତ୍ରର ୩ବର୍ଷ ପରେ ପୁଣି ବିବାହ କରିବାକୁ ଯାଉଛନନ୍ତି ଚୈତନ୍ୟ। ତାଙ୍କ ନିର୍ବନ୍ଧର ଫଟୋ ଚୈତନ୍ୟଙ୍କ ବାପା ତଥା ସୁପରଷ୍ଟାର ନାଗାର୍ଜୁନ ନାଗା ପୋଷ୍ଟ କରିଛନ୍ତି। କହିରଖୁଛୁ କି, ଚୈତନ୍ୟ ‘ମେଡ ଇନ ହେଭେନ’ ତାରକା ଲବଂ ଫେମିନା ମିସ୍‌ ଇଣ୍ଡିଆ ୨୦୧୩ ବିଜେତା ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କରିଛନ୍ତି।

‘ମେଡ ଇନ ହେଭେନ’ ସାଉଥ୍‌ ତାରକା ଶୋଭିତା ଧୁଲିପାଲାଙ୍କ ସହ ନିର୍ବନ୍ଧ ହୋଇଛି। ଏହି କାର୍ଯ୍ୟକ୍ରମରେ ସେମାନଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାର ଉପସ୍ଥିତି ରହିଥିଲେ। ପିତା ନାଗାର୍ଜୁନ ଛବି ସେୟାର କରି ପୁଅର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଚୈତନ୍ୟଙ୍କ ବାପା ସୁପରଷ୍ଟାର ନାଗାର୍ଜୁନ ତାଙ୍କ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି, ପୁଅ ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲ ବହୁତ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଆମେ ଏଥିପାଇଁ ବହୁତ ଖୁସି। କପୁଲଙ୍କୁ ଅଭିନନ୍ଦନ ଏବଂ ସେମାନଙ୍କୁ ଆଜୀବନ ପ୍ରେମ ଏବଂ ସୁଖ କାମନା କରନ୍ତୁ।

ଚଳିତ ବର୍ଷ ଶେଷ ସୁଦ୍ଧା ଏହି କପୁଲ ବିବାହ କରିବେ ବୋଲି ଆଶା କରାଯାଉଛି, ବର୍ତ୍ତମାନ ପର୍ଯ୍ୟନ୍ତ ଚୈତନ୍ୟ କିମ୍ବା ଶୋଭିତା ସେମାନଙ୍କ ସମ୍ପର୍କକୁ ସର୍ବସାଧାରଣରେ ଗ୍ରହଣ କରି ପ ଥିଲେ। ଅବଶ୍ୟ, ସେମାନଙ୍କ ଛୁଟି କଟାଉଥିବାର ଫଟୋ ଖୁବ୍‌ ଭାଇରାଲ ହୋଇଥିଲା।

ନାଗା ଚୈତନ୍ୟଙ୍କ ପ୍ରଥମ ବିବାହ ସାମନ୍ତ ଋଥ୍‌ ପ୍ରଭୁଙ୍କ ସହ ୨୦୧୭ରେ ହୋଇଥିଲା। ୨୦୨୧ ଅକ୍ଟୋବର ୨ରେ ଛାଡପତ୍ର ହୋଇଥିଲା। ସାମନ୍ଥାଙ୍କ ସହ ନାଗାଙ୍କର ଛାଡପତ୍ର ହେବାର କିଛି ମାସ ପରେ ଶୋଭିତାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ବହୁତ ଦିନ ଧରି ସେମାନେ ପରସ୍ପରକୁ ଡେଟ୍‌ କରୁଥିଲେ ବୋଲି ଚର୍ଚ୍ଚା ହେଉଥିଲା।

Share