ବିବାହ ବିଚ୍ଛେଦ ଗୁଜବ ପରେ ଏବେ ଭାଇରାଲ ହେଉଛି ଐଶ୍ୱର୍ଯ୍ୟାଙ୍କ ମୋଟ୍‌ ସମ୍ପତ୍ତି, ଅଭିଷେକଙ୍କଠାରୁ ବି ଅଧିକ

ମୁମ୍ବାଇ: ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। କାରଣ ତାଙ୍କୁ ସମସ୍ତେ ପ୍ରାୟ ଜାଣିଛନ୍ତି। ଏବେ ଐଶ୍ୱର୍ଯ୍ୟା-ଅଭିଷେକଙ୍କ ସହ ଛାଡ଼ପତ୍ର ହେବାର ଗୁଜବ ପାଇଁ ଗତ କିଛିଦିନ ହେବ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ସୌନ୍ଦର୍ଯ୍ୟ ସହିତ ସେ ନିଜ ଅଭିନୟ ଜରିଆରେ ଦର୍ଶକଙ୍କୁ ପାଗଳ କରିଦେଇଛନ୍ତି। ତଥାପି ଅଭିଷେକଙ୍କ ସହ ଛାଡ଼ପତ୍ର ହେବାର ଗୁଜବ ପ୍ରଚାର ହେବା ପରଠାରୁ ପ୍ରଶଂସକମାନେ ନିରାଶ ହୋଇଛନ୍ତି। ଲୋକମାନେ ଜାଣିବାକୁ ଚାହାନ୍ତି ଐଶ୍ୱର୍ଯ୍ୟା ଯଦି ଅଲଗା ହୁଅନ୍ତି ତେବେ ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି କେତେ?

(फोटो साभार: Instagram@aishwaryaraibachchan_arb)

ଐଶ୍ୱର୍ଯ୍ୟା-ଅଭିଷେକ ଛାଡ଼ପତ୍ର ହେଲେ ବି ଐଶ୍ୱର୍ଯ୍ୟାଙ୍କର ଅର୍ଥର ଅଭାବ ନାହିଁ। କାରଣ ସେ ଫିଲ୍ମ ଏବଂ ବିଜ୍ଞାପନରୁ ଏତେ ଅଧିକ ରୋଜଗାର କରନ୍ତି, ଯାହା ଅନ୍ୟ ଅଭିନେତ୍ରୀଙ୍କଠାରୁ ବହୁତ ଅଧିକ ଅଟେ।

(फोटो साभार: Instagram@aishwaryaraibachchan_arb)

ଐଶ୍ୱର୍ଯ୍ୟା ଦୀର୍ଘବର୍ଷ ଧରି ନିଜର ସୌନ୍ଦର୍ଯ୍ୟ, ଅଭିନୟ ଏବଂ ଡ୍ୟାନ୍ସ ସହିତ ଲୋକଙ୍କ ହୃଦୟ ଜିତି ଆସିଛନ୍ତି। ସେ ହିନ୍ଦୀ ଫିଲ୍ମର ଅନେକ ହିଟ୍‌ ଫିଲ୍ମରେ କାମ କରିଛନ୍ତି। ଏହା ବ୍ୟତୀତ ସେ ତାମିଲ ଫିଲ୍ମରେ ମଧ୍ୟ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି।

(फोटो साभार: Instagram@aishwaryaraibachchan_arb)

ଐଶ୍ୱର୍ଯ୍ୟାଙ୍କ ସମ୍ପତ୍ତି ବିଷୟରେ କହିବାକୁ ଗଲେ ତାଙ୍କର ଆନୁମାନିକ ସମ୍ପତ୍ତିର ମୂଲ୍ୟ ୭୭୬ କୋଟି ଟଙ୍କା। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ସେ ଭାରତର ସବୁଠାରୁ ଧନୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ଏକ ଫିଲ୍ମ ପାଇଁ ୧୦ରୁ ୧୨ କୋଟି ଟଙ୍କା ଆଦାୟ କରନ୍ତି। ଏକ ପ୍ରଡକ୍ଟର ବିଜ୍ଞାପନ ପାଇଁ ସେ ଦିନକୁ ପ୍ରାୟ ୬-୭ କୋଟି ଟଙ୍କା ଆଦାୟ କରନ୍ତି।

(फोटो साभार: Instagram@aishwaryaraibachchan_arb)

ଐଶ୍ୱର୍ଯ୍ୟା ଭାରତ ଏବଂ ବିଦେଶର ଅନେକ ବ୍ରାଣ୍ଡ ପାଇଁ ବିଜ୍ଞାପନ କରିଆସୁଛନ୍ତି। ଅମିତାଭ ବଚ୍ଚନଙ୍କ କେତେକ କମ୍ପାନୀରେ ଐଶ୍ୱର୍ଯ୍ୟାଙ୍କର ମଧ୍ୟ ଶେୟାର ରହିଛି। ଯଦି ଆମେ ତାଙ୍କ ଫିଲ୍ମ ବିଷୟରେ କଥା ହେବା, ତେବେ ତାଙ୍କୁ ଶେଷଥର ପାଇଁ ତାମିଲ ଫିଲ୍ମ ‘ପୋନିୟନ ସେଲଭନ’ରେ ଦେଖିବାକୁ ମିଳିଥିଲା। ସେ ଏହି ଫିଲ୍ମରେ ନନ୍ଦିନୀଙ୍କ ଭୂମିକାରେ ଅଭିନୟ କରିଥିଲେ। ଖବର ଅନୁଯାୟୀ ଏହି ଫିଲ୍ମ ପାଇଁ ଐଶ୍‌ ୧୦ କୋଟି ଟଙ୍କା ଆଦାୟ କରିଥିଲେ।

(फोटो साभार: Instagram@aishwaryaraibachchan_arb)

ଅଭିଷେକ ବଚ୍ଚନଙ୍କ ସମ୍ପତ୍ତି ୨୮୦ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ଯାହା ଅଭିନେତ୍ରୀଙ୍କ ସମ୍ପତ୍ତିଠାରୁ ପ୍ରାୟ ଦୁଇ ଗୁଣ କମ୍‌ ଅଟେ। ରିପୋର୍ଟ ଅନୁଯାୟୀ, ଜୁନିଅର ବଚ୍ଚନ ବାର୍ଷିକ ୨୫ କୋଟି ଟଙ୍କା ରୋଜଗାର କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

ଆମି ପୁରସ୍କାର ଘୋଷଣା: ଏହି ଫିଲ୍ମକୁ ମିଳିଲା ୧୪ ପୁରସ୍କାର

ଲସ ଆଞ୍ଜେଲ୍ସର ପିକକ୍‌ ଥିଏଟରରେ ୭୬ତମ ପ୍ରାଇମଟାଇମ ଆମି ପୁରସ୍କାର ଆୟୋଜିତ ହୋଇଛି। ମନୋରଞ୍ଜନ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ସମାରୋହରେ ଏଥର ଫିଲ୍ମ ‘ଶୋଗୁନ’...

ଟିଭି ଇଣ୍ଡଷ୍ଟ୍ରିରେ ନିୟାଙ୍କ ୧୪ ବର୍ଷ

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିରେ ନିଖୁଣ ଅଭିନୟ କରି ଲଗାତର ଭାବେ ଦର୍ଶକଙ୍କ ପ୍ରଶଂସା ସାଉଁଟି ପାରୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ନିୟା ଶର୍ମା ଅନ୍ୟତମ। ବହୁ ସଂଘର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri