‘ଟେଲି ସିରିଏଲ ‘କହତ ହନୁମାନ ଜୟ ଶ୍ରୀ ରାମ’ର ଫେମ ଅଭିନେତ୍ରୀ ଆଙ୍କାକ୍ଷା ରାୱତ ତାଙ୍କ ବୃତ୍ତିଗତ ଓ ବ୍ୟକ୍ତିଗତକୁ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ଅଭିନେତ୍ରୀ ଜଣକ ୨୦୧୨ରେ ‘ବେହଦ’ର ଫେମ୍ ପୀୟୁଷ ସହଦେବଙ୍କୁ ବିବାହ କରିଥିଲେ। ତେବେ ଏହି ବିବାହ ଅଧିକ ଦିନ ତିଷ୍ଠିି ନଥିଲା । ୫ବର୍ଷ ପୂର୍ବେ ଅର୍ଥାତ ୨୦୧୭ରେ ଦୁହେଁ ଅଲଗା ହୋଇଯାଇଥିଲେ । ଘରୋଇ ହିଂସା ଏବଂ ଟଙ୍କା ମାମଲାରେ ପୀୟୁଷଙ୍କ ନାଁରେ ସେ ଅଭିଯୋଗ ଆଣିଥିଲେ।
ତେବେ ନିକଟରେ ସେ ତାଙ୍କ ପୂର୍ବ ସ୍ବାମୀ ପୀୟୂଷଙ୍କୁ ନେଇ ଟାର୍ଟେଗ କରି କହିଥିଲେ, କିଛି ବିଷାକ୍ତ ଲୋକଙ୍କଠାରୁ କିପରି ଦୂରେଇ ରହିବେ ତାହା ମଧ୍ୟ ସେ ଶିଖିଛନ୍ତି। ମୁଁ ଜାଣେ ସମ୍ପର୍କ କିପରି କାମ କରେ ଏବଂ କାହିଁକି ବିଫଳ ହୋଇ ତଥା ଭାଙ୍ଗିଯାଏ। ପାଞ୍ଚ ବର୍ଷ ପରେ, ମୁଁ ମୋ ଜୀବନରେ ପ୍ରେମ ଏବଂ ଏକ ସୁସ୍ଥ ସମ୍ପର୍କକୁ ସ୍ବାଗତ କରିବାକୁ ପ୍ରସ୍ତୁତ । ମୁଁ ଅନୁଭବ କରୁଛି ଯେ ଏକାକୀ ପ୍ରେମ ଏକ ସମ୍ପର୍କରେ ଯଥେଷ୍ଟ ନୁହେଁ, ଯଦି ଦୁଇଜଣ ଲୋକ ବିବାହ କରନ୍ତି, ତେବେ ସେମାନେ ପରସ୍ପରକୁ ସ୍ପେସ ଏବଂ ସମୟ ଦେବା କଥା । ଏହା ସହ ପରସ୍ପରକୁ ଭଲ ଭାବରେ ଜାଣିବା ଓ ବୁଝିବା ମଧ୍ୟ ଦରକାର।