Categories: ଜାତୀୟ

ଛାଡପତ୍ର ପରେ ସ୍ତ୍ରୀଙ୍କୁ ଦେବାକୁ ପଡିଲା ବଡ଼ ଆକାରରେ କ୍ଷତିପୂରଣ, ଭରିଲେ ଏତେ ଟଙ୍କା…

ନୂଆଦିଲ୍ଲୀ,୨୬।୫: ଛାଡପତ୍ର ପରେ ସ୍ତ୍ରୀଙ୍କ ଭରଣପୋଷଣ ପାଇଁ କ୍ଷତିପୂରଣ ଦେବାକୁ ପଡିଥାଏ ବୋଲି ଆପଣ ଶୁଣିଥିବେ। କିନ୍ତୁ ଏହାର ବିପରୀତ ଘଟଣା ଦିଲ୍ଲୀରେ ଦେଖିବାକୁ ମିଳିଛିି।
ସ୍ବାମୀଙ୍କୁ ଛାଡ଼ପତ୍ର ଦେବାପରେ ସ୍ତ୍ରୀଙ୍କୁ ଦେବାକୁ ପଡ଼ିଛି ମୋଟା ଅଙ୍କର କ୍ଷତିପୂରଣ। ଏପରି ଏକ ମାଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ସ୍ତ୍ରୀଙ୍କୁ ୧୨ ଲକ୍ଷ ଟଙ୍କାର କ୍ଷତିପୂରଣ କରିଛନ୍ତି। ଆଉ କୋର୍ଟଙ୍କ ରାୟକୁ ସମ୍ମାନ ଜଣାଇ ଏହି ମାମଲାର  ଆପୋଷ ବୁଝାମଣା ସହ ଉକ୍ତ ଟଙ୍କା ସ୍ବାମୀଙ୍କୁ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନାଯୋଗ୍ୟ, ଯୌତୁକ ନିର୍ଯାତନା ମାମଲାରେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ବିରୋଧରେ ହାଇକୋର୍ଟରେ ଯାଚିକା ଦାୟର କରିଥିଲେ। ସେ ଛାଡପତ୍ର ନେବାକୁ ଚାହାନ୍ତି ବୋଲି ଯାଚିକାରେ ଉଲ୍ଲେଖ କରିଥିଲେ। ଯାହାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ସ୍ତ୍ରୀଙ୍କୁ ଛାଡପତ୍ର ବଦଳରେ ୧୨ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏଠାରେ ବଡ଼ କଥା ହେଉଛି ସ୍ତ୍ରୀ ପ୍ରଥମ କିସ୍ତିରେ ୬ ଲକ୍ଷ ଟଙ୍କା ଦେଇସାରିଛନ୍ତି। ଛାଡପତ୍ର ପାଇବା ପରେ ଆଉ ୬ଲକ୍ଷ ଟଙ୍କା ଦେବେ ବୋଲି ସେ କହିଛନ୍ତି। କ୍ଷତିପୂରଣ ଦେବା ପରେ ସେ ଯାଚିକାକୁ ଫେରେଇ ନେବାକୁ ଚାହାନ୍ତି ବୋଲି କୋର୍ଟଙ୍କୁ ଏହା ମଧ୍ୟ କହିଛନ୍ତି। ଏନେଇ ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ବିକାଶ ମହାଜନ ମାମଲାର ଶୁଣାଣି କରି କହିଛନ୍ତି, ଦୁଇ ପକ୍ଷ ଆପୋଷ ବୁଝାମଣା କରି ବିବାଦକୁ ସମାଧାନ କରିଛନ୍ତି। ଅନ୍ୟପଟେ ମହିଳା ଜଣକ କହିଛନ୍ତି, ସେ କୌଣସି ଚାପରେ ପଡି ଯାଚିକା ଫେରେଇ ନେଉ ନାହାନ୍ତି। ତାଙ୍କ ସହମତିରେ ସେ ୧୨ଲକ୍ଷ ଟଙ୍କା ଦେଇ ଛାଡପତ୍ର ନେବାକୁ ରାଜି ଅଛନ୍ତି। ଏହାପରେ କୋର୍ଟ ଏହି ମାମଲାକୁ ବର୍ତ୍ତମାନ ଖାରଜ କରିଛନ୍ତି।

 

Share