ଏକଜିଟ୍‌ ପୋଲ୍‌ ରିପୋର୍ଟ ପରେ ବଢ଼ିଲା ରାଜନୀତି

ଭୁବନେଶ୍ୱର, ୭।୧୦(ସୁନିତ୍‌ ମିଶ୍ର): ହରିୟାଣା ଏବଂ ଜମ୍ମୁ-କଶ୍ମୀର ନିର୍ବାଚନ ପାଇଁ ଭୋଟ ଶେଷ ହେବା ପରେ ଏକ୍‌ଜିଟ ପୋଲ୍‌ ରିପୋର୍ଟ ମଧ୍ୟ ଅନେକ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଛି। ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍‌ ପୋଲ୍‌ ରିପୋର୍ଟ ଅନୁଯାୟୀ, ଏହି ଦୁଇ ରାଜ୍ୟରେ ଇଣ୍ଡି ମେଣ୍ଟ ସରକାର କରିବ ବୋଲି ଦର୍ଶାଇଛନ୍ତି। ଏହାପରେ ଓଡ଼ିଶା ରାଜନୀତିରେ ଭିନ୍ନ ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଜେଡି ଏବେ ଇଣ୍ଡି ମେଣ୍ଟ ସପକ୍ଷରେ ରହୁଥିବା ଚର୍ଚ୍ଚା ମଧ୍ୟ ଜୋର୍‌ ଧରିଛି। ଏକଜିଟ୍‌ ପୋଲ୍‌ ରିପୋର୍ଟ ଆସିବା ପରେ ବିଜେଡି ନେତା ତଥା ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ କହିଛନ୍ତି, ସମୀକରଣ ଯାହା କହୁଛି ଇଣ୍ଡି ମେଣ୍ଟ ଶକ୍ତିଶାଳୀ ହେଉଛି। ଏହା ହେଉଛି ଆଗାମୀ ଦିନ ଲାଗି ଇଣ୍ଡିକେଟର। ସାମାଜିକ ଗଣମାଧ୍ୟମରେ ଆମେ ଯାହା ଦେଖୁଛେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ମଧ୍ୟ ବୃଦ୍ଧି ହେବାରେ ଲାଗିଛି। ଆଗକୁ ଇଣ୍ଡି ମେଣ୍ଟ ସହିତ ବିଜେଡି ଯିବ କି ନାହିଁ ସେହି ନିଷ୍ପତ୍ତି ଦଳ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି।
ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଇଣ୍ଡିଆ ମେଣ୍ଟ ସମ୍ପର୍କରେ କିଛି ମତ ଦେବାର ନାହିଁ କିନ୍ତୁ ଆମ ଦେଶ ଆଗକୁ ଯାଉ ବୋଲି ଚାହୁଁଛୁ। କଶ୍ମୀର ଏବଂ ହରିୟାଣାରେ ଯେଉଁ ନିର୍ବାଚନ ସରିଲା ଆଗକୁ ଯେଉଁ ୨ଟା ରାଜ୍ୟରେ ନିର୍ବାଚନ ହେବ ଅପେକ୍ଷା କରନ୍ତୁ କିଏ କେଉଁ ଦିଗକୁ ଯାଉଛି, କାହାକୁ ଉପର ଗତି ହେଉଛି କାହାର ତଳ ଗତି ହେଉଛି ତାହା ଭବିଷ୍ୟତରେ ଜଣାପଡ଼ିବ ବୋଲି ସେ କହିଛନ୍ତି।
କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, ଦେଶରେ କଂଗ୍ରେସ ଯେଉଁଭଳି ଆଗକୁ ଯାଉଛି, ଏହାର ପ୍ରଭାବ ଓଡ଼ିଶା ଉପରେ ମଧ୍ୟ ପଡ଼ିସାରିଲାଣି। ଯିଏ ଏହି ମହାନ ସ୍ରୋତରେ ନ ଯିବ ସିଏ ପଛରେ ପଡ଼ିଯିବ। ସବୁଆଡେ କଂଗ୍ରେସର ଲହର ହେବା ଆରମ୍ଭ ହେଲାଣି, ଓଡ଼ିଶାରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ବୋଲି ସେ କହିଛନ୍ତି।
ଭାଜପା ନେତା ଗୋଲକ ମହାପାତ୍ର କହିଛନ୍ତି, ଓଡ଼ିଶାରେ ଯେତେବେଳେ ଭାଜପା ଲୋକପ୍ରିୟ ହେଉଛି ବିଜେଡିର ଆଚରଣ ଏଭଳି ହେବା ସ୍ବାଭାବିକ। ସେମାନେ କେଉଁଆଡେ ଯିବେ ନ ଯିବେ ସେ ନିଷ୍ପତ୍ତି ସେମାନେ କରିବେ। ରାଜ୍ୟ ରାଜନୀତିରେ ତା’ର କିଛି ପ୍ରଭାବ ପଡ଼ିବ ନାହିଁ। ଭାଜପାର ଓଡ଼ିଶାରେ କିଛି ଅସୁବିଧା ନାହିଁ ବୋଲି ଗୋଲକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁପର-୪’ରେ ସ୍ଥାନ ପକ୍କା କଲେ ଶ୍ରୀଲଙ୍କା, ବାଂଲାଦେଶ

ଆବୁଧାବି,୧୮ା୯: ନୁଓ୍ବାନ ଥୁସାରାଙ୍କ ଘାତକ ବୋଲିଂ ଓ ପରେ କୁସାଲ ମେଣ୍ଡିସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଚଳିତ ଏସିଆ କପ୍‌ରେ ଗୁରୁବାର ଖେଳାଯାଇଥିବା ଗ୍ରୁପ୍‌-ବି’ର ଅନ୍ତିମ...

ମା’ଠାରୁ ଅଲଗା ହୋଇ ହାତୀ ଛୁଆ ଆଖିରୁ ଝରୁଛି ଲୁହ, ପ୍ରଶଂସନୀୟ କାର୍ଯ୍ୟ କଲା ବନ ବିଭାଗ

ବୌଦ୍ଧ,୧୮ା୯: ମାତ୍ର ୧୫-୨୦ ଦିନର ଏକ ନିରୀହ ହାତୀଛୁଆ, ଯିଏ ଏବେ ମା’ର ଆଲିଙ୍ଗନରେ ପ୍ରକୃତିରେ ଖେଳୁଥାନ୍ତା, ସେ ପଲ୍ଲୀରୁ ବିଚ୍ଛିନ୍ନ ହୋଇ ବୌଦ୍ଧ ବନ...

‘ଆସ ସ୍କୁଲ ଯିବା’: ଅଧାରୁ ପାଠ ଛାଡିଥିବା ୨୬ ଛାତ୍ରୀଛାତ୍ର ପୁଣି ପଢିବେ ପାଠ

ବରଗଡ,୧୮।୯(ପ୍ରେମାନନ୍ଦ ଖମାରୀ): ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ‘ଆସ ସ୍କୁଲ ଯିବା’...

ଓଡ଼ିଶା ସିଭିଲ ସର୍ଭିସେସ ପ୍ରିଲିମ ପରୀକ୍ଷା-୨୦୨୪ର ତାରିଖ ଘୋଷଣା

କଟକ,୧୮।୯: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଓଡ଼ିଶା ସିଭିଲ ସର୍ଭିସେସ (ପ୍ରିଲିମ) ପରୀକ୍ଷା-୨୦୨୪ର ତାରିଖ ଘୋଷଣା କରିଛି। ପରୀକ୍ଷା ଅକ୍ଟୋବର ୧୨, ୨୦୨୫ରେ ବାଲେଶ୍ୱର, ବ୍ରହ୍ମପୁର,...

କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର

ଗୋପାଳପୁର,୧୮ା୯(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଧୀନ ଏକ ଗ୍ରାମର ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର ମାମଲାରେ ଗୁରୁବାର ପୋଲିସ ଜଣେ ଯୁବକଙ୍କୁ ଗିରଫ...

ପୁଟିନଙ୍କ ଉପରେ ଖୁବ ରାଗିଲେ ଟ୍ରମ୍ପ

ଓ୍ବାଶିଂଟନ,୧୮।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଟ୍ରମ୍ପ କହିଛନ୍ତି...

୨୧ରେ ମାଓବାଦୀ ପାଳିବେ ପ୍ରତିଷ୍ଠା ଦିବସ: ବ୍ୟାନର ଲଗାଇ…

ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା, ସୁଡ୍ରା ଓ ଖମଣଖୋଲ ପଞ୍ଚାୟତରୁ ଫିରିଙ୍ଗିଆ ବ୍ଲକ୍‌କୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ଏକାଧିକ...

ଫାଇନାନ୍ସ ସଂସ୍ଥାର ଏଜେଣ୍ଟଙ୍କୁ ଅପହରଣ କରି କୋଟିଏ ଟଙ୍କା ରଖିଥିଲେ ମୁଣ୍ଡ ଜାମିନ: ଧରାପଡିବା ପରେ…

ଦିଗପହଣ୍ଡି/ଚିକିଟି,୧୮।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଅପହରଣ ଏବଂ ହତ୍ୟା ଉଦ୍ୟମ ଅଭିଯୋଗରେ ଗଞ୍ଜାମ ଜିଲା କେ.ନୂଆଗାଁ ପୋଲିସ ଜଣେ ଫେରାର ଥିବା ଅଭିଯୁକ୍ତଙ୍କୁ ଆନ୍ଧ୍ରପ୍ରଦେଶରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image