Categories: ଜାତୀୟ

ଜ୍ଞାନବ୍ୟାପି ପରେ ଏବେ ମଥୁରା ଇଦ୍‌ଗାହା ମସଜିଦ୍‌ ସିଲ୍‌ କରିବାକୁ ଦାବି…

ନୂଆଦିଲ୍ଲୀ, ୧୭।୫ : କାଶୀର ଜ୍ଞାନବ୍ୟାପି ମସଜିଦ ପରେ ବର୍ତ୍ତମାନ ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ପ୍ରସଙ୍ଗରେ ବିବାଦ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର ନିକଟରେ ଥିବା ଶାହି ଇଦ୍‌ଗାହା ମସଜିଦର ସୁରକ୍ଷା ବୃଦ୍ଧି କରିବା ସହିତ ଆବେଦନକାରୀ ମହେନ୍ଦ୍ର ପ୍ରତାପ ସିଂ ସେଠାକୁ ଯିବା ଆସିବା ଏବଂ ସୁରକ୍ଷା ଅଧିକାରୀ ନିଯୁକ୍ତି କରିବା ପାଇଁ ମଥୁରା କୋର୍ଟରେ ଆବେଦନ କରିଛନ୍ତି।

ଶ୍ରୀକୃଷ୍ଣ ଜନ୍ମଭୂମି ମୁକ୍ତି ନ୍ୟାସର ସଭାପତି ମହେନ୍ଦ୍ର ପ୍ରତାପ ସିଂ ଏବଂ କୋର୍ଟରେ ଆବେଦନ କରିଥିବା ଅଭିଯୋଗକାରୀ କହିଛନ୍ତି ଯେ ଯେଉଁଭଳି ଭାବରେ ଜ୍ଞାନବ୍ୟାପି ମସଜିଦ ମାମଲା ସାମ୍ନାକୁ ଆସିଛି, ବର୍ତ୍ତମାନ ଇନ୍‌ଗାହରେ ଥିବା ଗର୍ଭଗୃହକୁ ସିଲ୍‌ କରାଯାଉ। ଏହା ସହିତ ଡିଏମ ଏବଂ ଏସଏସପିଙ୍କୁ ସେଠାରେ ପୋଲିସ ଫୋର୍ସ ମୁତୟନ କରି ପ୍ରମାଣ ସହିତ ଟାମ୍ପରିଂ ହେବାର ସମ୍ଭାବନାକୁ ରୋକିବା ପାଇଁ ନିର୍ଦ୍ଦେଶ ଦିଆଯିବା ଉଚିତ୍‌ ବୋଲି ଆବେଦନକାରୀ କହିଛନ୍ତି ଆବେଦନରେ ଦର୍ଶାଯାଇଛି ଯେ ଭଗବାନ କୃଷ୍ଣଙ୍କ ମନ୍ଦିର ଭାଙ୍ଗି ଇଦ୍‌ଗାହା ନିର୍ମାଣ କରାଯାଇଛି।

ଏ ବାବଦରେ ଆଡଭୋକେଟ କମିଶନ ଗଠନ କରାଯିବା ଉଚିତ। କୋର୍ଟରେ ପହଞ୍ଚିଥିବା ମନୀଷ ଯାଦବ କହିଛନ୍ତି ଯେ ଆଡଭୋକେଟ କମିଶନଙ୍କ ଦାବି ଉପରେ ଆବେଦନ ଉପରେ ଶୁଣାଣି ପାଇଁ ଜୁଲାଇ ୧ ତାରିଖ ସ୍ଥିର କରାଯାଇଛି।

Share