ହଟିଲା ରହିତାଦେଶ: ହାଇସ୍କୁଲରେ ଠିକା ଶିକ୍ଷକ ନିଯୁକ୍ତି ପାଇଁ ବାଟ ଫିଟିଲା

କଟକ ଅଫିସ,୨୨।୭: ହାଇସ୍କୁଲରେ ଠିକା ଶିକ୍ଷକ ନିଯୁକ୍ତି ପାଇଁ ବାଟ ଫିଟିଛି। ୨୦୨୧ ମସିହାରେ ଜାରି ଠିକା ଶିକ୍ଷକ ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତିକୁ ବିରୋଧ କରି ଦାୟର ସମସ୍ତ ମାମଲାକୁ ଶୁକ୍ରବାର ହାଇକୋର୍ଟ ଖାରଜ କରିବା ସହ ଅନ୍ତରୀଣ ରହିତାଦେଶ ହଟାଇଛନ୍ତି। ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇ ନ ଥିବା ହାଇକୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି। ଏହା ପରେ ଖାଲି ଥିବା ଶିକ୍ଷକ ପଦବୀ ଖୁବଶୀଘ୍ର ପୂରଣ ପାଇଁ ବାଟ ଫିଟିଛି।

ସୂଚନାଯୋଗ୍ୟ, ରାଜ୍ୟରେ ଖାଲି ପଡ଼ିଥିବା ଉଚ୍ଚ ବିଦ୍ୟାଳୟ ଶିକ୍ଷକ ପଦବୀ ପୂରଣ ପାଇଁ ୨୦୨୧ ମସିହା ଡିସେମ୍ବର ୨୩ ତାରିଖରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏଥିରେ ସଂରକ୍ଷଣ ନୀତିର ଉଲ୍ଲଂଘନ କରାଯିବା ସହ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାରେ ବ୍ୟାପକ ଅନିୟମିତତା ଦର୍ଶାଇ ଏକାଧିକ ମାମଲା ଦାୟର ହୋଇଥିଲା। ଏହି ମାମଲାର ଶୁଣାଣି କରି ଗତ ମେ’ ୧୯ ତାରିଖରେ ମେରିଟ ଲିଷ୍ଟ ପ୍ରକାଶ କରିବା ଉପରେ ହାଇକୋର୍ଟ ଅନ୍ତରୀଣ ରହିିତାଦେଶ ଜାରି କରିଥିଲେ। ଏବେ ସମସ୍ତ ପକ୍ଷକୁ ଶୁଣିବା ପରେ ମାମଲାର ଚୁଡାନ୍ତ ରାୟ ପ୍ରକାଶ କରି ସମସ୍ତ ଆବେଦନକୁ ହାଇକୋର୍ଟ ଖାରଜ କରିବା ସହ ପୂର୍ବରୁ ଜାରି ହୋଇଥିବା ସ୍ଥଗିତାଦେଶକୁ ଖାରଜ କରିଛନ୍ତି।

Share